Odisha Weather : ଲଘୁଚାପ ଦୁର୍ବଳ, କିନ୍ତୁ ୧୬ ଜିଲ୍ଲାରେ ହେବ ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

Share this:

ଭୁବନେଶ୍ୱର (ବ୍ୟୁରୋ): Odisha Weather ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଦୁବଳ ହୋଇ ଆନ୍ଧ୍ର
ଉପକୂଳକୁ ଗତିକରିଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, ରାୟଗଡ଼ା, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‍ସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

okaya

ଏହି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଲଘୁଚାପ ଦୁର୍ବଳ ହେଉଥିବାରୁ ବର୍ଷାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇ ଏହା କୁହାଯାଇଛି।

ଏଥିସହିତ ଗତକାଲି ରାଜ୍ୟର ଭଦ୍ରକ ଓ ଗଜପତି ଜିଲ୍ଲାରେ ସର୍ବାଧିକ ୧୩ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Read Also | Odisha Election 2022: ଆସନ୍ତା ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ

[amazon_auto_links id=”10233″]


Share this:

One thought on “Odisha Weather : ଲଘୁଚାପ ଦୁର୍ବଳ, କିନ୍ତୁ ୧୬ ଜିଲ୍ଲାରେ ହେବ ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

Leave a Reply

Your email address will not be published. Required fields are marked *