Odisha Corona Report Today: ଓଡିଶାରୁ ୬୮ କୋଭିଡ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: Odisha Corona Report Today ଗତକାଲି ଅପେକ୍ଷା ଆଜି କମିଛି ସଂକ୍ରମଣ (Odisha Corona Report Today)। ରାଜ୍ୟରେ ଗତକାଲି ୯୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୬୮ଜଣ (Odisha Covid Cases) ଚିହ୍ନଟ ହୋଇଛନ୍ତି। ଯାହାକି କାଲି ଅପେକ୍ଷା ଆଜି କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ବାଲେଶ୍ଵରରୁ ୪ଜଣ, ଭଦ୍ରକରୁ ଜଣେ, କଟକରୁ ୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗଡରୁ ଜଣେ, ଯାଜପୁରରୁ ୪ଜଣ, କେଉଁଝରରୁ ୨ଜଣ, ଖୋର୍ଦ୍ଧାରୁ ୧୪ଜଣ, ମୟୂରଭଞ୍ଜରୁ ଜଣେ, ନୟାଗଡରୁ ୬ଜଣ, ନୂଆପଡ଼ାରୁ ୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୮ଜଣ, ସମ୍ବଲପୁରରୁ ୫ଜଣ, ସୁନ୍ଦରଗଡରୁ ୯ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୩ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୬ ଲକ୍ଷ ୨୧ ହାଜର ୨୭୩ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୪ ହଜାର ୫୯୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୬୯ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୪ ହଜାର ୩୯୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୪୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

mahimalive news

Read Also | Odisha Election 2022: ଆସନ୍ତା ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ

Share this:

Leave a Reply

Your email address will not be published. Required fields are marked *