ରାଜ୍ୟରେ ପୁଣି ୪୯୫ କରୋନା ପଜିଟିଭ ଚିହ୍ନଟ

Share this:

ରାଜ୍ୟରେ ଆଉ ୪୯୫    କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୫୫    ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୦  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ଆଜି ୨୪ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୧୬ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଖୋର୍ଦ୍ଧା ଜିଲ୍ଲାରେ ୫୦  ଓ ମୟୂରଭଞ୍ଜ ରେ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, କୋରାପୁଟ ,ମାଲକାନଗିରି ଓ କେଉଁଝର ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତ  ହୋଇଛନ୍ତି।  ଅନଗୁଳ ଜିଲ୍ଲାରୁ ୨୪ ଜଣ ଓ ଜଗତସିଂପୁର ଜିଲ୍ଲାରେ ୧୨  ଜଣ ଆକ୍ରାନ୍ତ ହୋଇଛନ୍ତି। ଗଜପତି ଜିଲ୍ଲାରେ ୭  ଓ ଭଦ୍ରକ ଜିଲାରୁ ୧୨   ଜଣ ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ଵର ଓ କଟକ ଜିଲ୍ଲାରୁ ୧୩ ଜଣ ଲେଖାଏଁ ଆକ୍ରାନ୍ତ  ହୋଇଛନ୍ତି।  ସେହିପରି ଢେଙ୍କାନାଳ,ଯାଜପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ରାପଡ଼ା ଓ ନବରଙ୍ଗପୁର  ରେ ୧୧  ଜଣ ସଂକ୍ରମିତ ଲେଖାଏଁ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ୬ ଜଣ ଓ ସୁନ୍ଦରଗଡ଼  ଜିଲ୍ଲାରେ ୩୬  ଜଣ ସଂକ୍ରମିତ ହୋଇଛନ୍ତି। ଝାରସୁଗୁଡା ଓ କନ୍ଧମାଳ ଜିଲ୍ଲାରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୧୮ ସଂକ୍ରମିତ ହୋଇଛନ୍ତି। ବରଗଡ଼ ଓ ସୋନପୁର ଜିଲାରୁ ୨ ଜଣ ଲେଖାଏଁ  ଆକ୍ରାନ୍ତ ହୋଇଛନ୍ତି।  

ଖବର ଅନୁସାରେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୨ ଲକ୍ଷ ୮୭ ହଜାର ୯୦  ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮୬୦୧  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୭୦୫  ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୫୩  ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: