Odisha Temperature Today Updates: ଆସନ୍ତା ୧୮ରୁ ମିଳିପାରେ ତାତିରୁ ମୁକ୍ତି

Share this:

ଭୁବନେଶ୍ଵର: Odisha Temperature Today Updates ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସହ୍ୟ କରିଦେଇଛି। ଆଜି ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ, ଗରମରୁ ମୁକ୍ତି ମିଳିପାରି ନାହିଁ। ଓଡ଼ିଶାର ଉପକୂଳ ଆଜି ତାପମାତ୍ରା ସାମାନ୍ୟ କମିଛି। କିନ୍ତୁ ପଶ୍ଚିମଓଡ଼ିଶା ତାତିରୁ ମୁକ୍ତି ପାଇପାରି ନାହିଁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ରେ ସମ୍ବଲପୁର ରାଜ୍ୟରେ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହିତ ହୀରାକୁଦ ଓ ଝାରସୁଗୁଡ଼ାରେ ମଧ୍ୟ ପ୍ରବଳ ଖରା ହୋଇଛି।

ରାଜ୍ୟରେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅତିଷ୍ଠ ହୋଇପଡିଛି । ଆଜି ଦିନ ୨ଟା୩୦ ସୁଦ୍ଧା ସମ୍ବଲପୁରରେ ୪୨.୨ ଡିଗ୍ରି, ଝାରସୁଗୁଡାରେ ୪୧.୬ ଡିଗ୍ରି, ହୀରାକୁଦରେ ୪୦.୨ ଡିଗ୍ରି, ଭୁବନେଶ୍ୱରରେ ୩୯.୨ ଡିଗ୍ରି, ବାଲେଶ୍ୱରରେ ୩୮.୨ ଡିଗ୍ରି, କେନ୍ଦୁଝରରେ ୩୭.୮ ଡିଗ୍ରି, ଚାନ୍ଦବାଲିରେ ୩୭.୦ ଡିଗ୍ରି, ପୁରୀରେ ୩୩.୬ ଡିଗ୍ରି, ଗୋପାଳପୁରରେ ୩୩.୪ ଡିଗ୍ରି ଏବଂ ପାରାଦ୍ୱୀପରେ ୩୨.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି। ସୂଚନା ଅନୁସାରେ ୧୮ ତାରିଖ ଠାରୁ ତାପମାତ୍ରା (Odisha Temperature Today Updates) ସାମାନ୍ୟ ହ୍ରାସ ପାଇପାରେ। କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି।

FROM THE WEB

Share this:

Leave a Reply

Your email address will not be published. Required fields are marked *