Cyclone Mocha Live Update: ବାତ୍ୟା ବାଂଲାଦେଶ ଓ ମିଆଁମାର ମୁହାଁ, ସତର୍କ ରହିବ ଓଡ଼ିଶା

Share this:

ଭୁବନେଶ୍ଵର: Cyclone Mocha Live Update Odisha ବଙ୍ଗୋପସାଗରରେ ସୃଷ୍ଟି ହାେଇଥିବା ଲଘୁଚାପ ଅଧିକ ସକ୍ରିୟ ହୋଇ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଆସନ୍ତା ମେ ୯ ରେ ଏହା ଅବପାତର ରୂପ ନେଇପାରେ। ପରେ ପରେ ଏହା ଅଧିକ ଘନୀଭୂତ ହୋଇ ୧୦ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସାମୁଦ୍ରିକ ଝଡର ରୂପ ନେଇପାରେ। ଏହାପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ୧୨ରେ ଭୟଙ୍କର ରୂପ ନେଇ ବାଂଲାଦେଶ ଓ ମିଆଁମାର ମୁହାଁ ହୋଇପାରେ ସମ୍ଭାବ୍ୟ ବାତ୍ୟା।

Buy : Flipkart | boAt Headphones | Adidas | Axis Bank Flipkart Credit Card

ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏହାର ଗତିପଥ ସଂପର୍କରେ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଆଜି ସୋମବାର କହିଛନ୍ତି ଯେ ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଏହା ବାଂଲାଦେଶ ଓ ମିଆଁମାର ଅଭିମୁଖେ ଗତି କରିବାର ସମ୍ଭାବନା ରହିଛି। ଓଡ଼ିଶା (Cyclone Mocha Live Update Odisha) ପ୍ରତି କୌଣସି ବିପଦର ଆଶଙ୍କା ନାହିଁ। ଏ ନେଇ ଆଜି ପୂର୍ବାନୁମାନ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଲଘୁଚାପ ଜନିତ ବର୍ଷା ଆଜିଠାରୁ ଆଣ୍ଡାମାନ ନିକୋବରରେ ଆରମ୍ଭ ହେବ। ଆସନ୍ତା କାଲିଠାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ୧୦ତାରିଖ ବୁଧବାରରେ ବର୍ଷା ପବନ ବଢିବ। ଏହାର ପ୍ରଭାବରେ ୧୨ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର, ଆଣ୍ଡାମାନ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

Advertisement

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ରିଲିଫ କମିସନର ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଚାଷୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମତ୍ସଜୀବୀମାନେ ଆସନ୍ତା ୯ ତାରିଖ ଠାରୁ ଛୋଟ ଜାହାଜ, ଡଙ୍ଗା ଓ ଟ୍ରେଲର ନେଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ନଯିବା ପାଇଁ ବାରଣ କରିଛନ୍ତି।

ଏସ୍‌ଆରସି ପକ୍ଷରୁ ଜାରି ହୋଇଥିବା ଚିଠିରେ ସମ୍ଭାବିତ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀମାନେ ପନିପରିବା, ଉଦ୍ୟାନ କୃଷି, ଅମଳ ହୋଇଥିବା ଫସଲ ତଥା ମଣ୍ଡିରେ ପଡ଼ିଥିବା ଧାନକୁ ସୁରକ୍ଷିତ ରଖନ୍ତୁ। ଏଥିସହିତ ବାତ୍ୟା ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ SRC ପକ୍ଷରୁ ପରାମର୍ଶ ଦିଆଯାଇଛି।

FROM THE WEB

Share this:

Leave a Reply

Your email address will not be published. Required fields are marked *