Odisha:ପୁଣି ବଢିଲା କରୋନା ସଂକ୍ରମଣ, ଆଜି ଓଡ଼ିଶାରୁ ନୂଆ ୩୫୫୪ ଜଣ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି କରୋନା ସଂକ୍ରମିତଙ୍କ (Coronavirus) ସଂଖ୍ୟା ପୁଣିଥରେ ବଢିଛି। ରାଜ୍ୟରେ ଦିନେ ସଂକ୍ରମିତଙ୍କ ସଂଖ୍ୟା କମିଗଲେ ପରଦିନ ପୁଣି ବଢିଯାଉଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୩ ହଜାର ୫୫୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୦୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୫୨୬ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୬୫୧ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୩୩ଜଣ, ବାଲେଶ୍ଵରରୁ ୩୧ଜଣ, ବରଗଡ଼ରୁ ୩୧ଜଣ, ଭଦ୍ରକରୁ ୧୫୮ଜଣ, ବଲାଙ୍ଗୀରିରୁ ୩୧ଜଣ, ବୌଦ୍ଧରୁ ୩୩ଜଣ, କଟକରୁ ୫୦୧ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୫୬ଜଣ, ଗଜପତିରୁ ୨୪ଜଣ, ଗଞ୍ଜାମରୁ ୨୨ଜଣ, ଜଗତସିଂପୁରରୁ ୧୪୫ଜଣ, ଯାଜପୁରରୁ ୨୫୬ଜଣ, ଝାରସୁଗୁଡାରୁ ୧୧ଜଣ, କଳାହାଣ୍ଡିରୁ ୨୧ଜଣ, କନ୍ଧମାଳରୁ ୩୮ଜଣ, କେନ୍ଦ୍ରାପଡ଼ାରୁ ୧୧୯ଜଣ, କେଉଁଝରରୁ ୬୫ଜଣ, କୋରାପୁଟରୁ ୬୯ଜଣ, ମୟୁରଭଞ୍ଜରୁ ୧୯୬ଜଣ, ମାଲକାନଗିରିରୁ ୬୧ଜଣ, ନବରଙ୍ଗପୁରରୁ ୨୨ଜଣ, ନୟାଗଡ଼ରୁ ୧୦୦ଜଣ, ନୂଆପଡ଼ାରୁ ୨୦ଜଣ, ପୁରୀରୁ ୨୩୩ଜଣ, ରାୟଗଡାରୁ ୬୧ଜଣ, ସମ୍ବଲପୁରରୁ ୧୮ଜଣ, ସୋନପୁରରୁ ୨୯ଜଣ, ସୁନ୍ଦରଗଡରୁ ୭୧ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୦୦ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୪ ଲକ୍ଷ ୮୬ ହଜାର ୮୨ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୯୭ ହଜାର ୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୬୪୪ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୬୦ହଜାର ୧୪୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୩ ହଜାର ୧୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ଦିଲ୍ଲୀ ସରକାର ଆବଶ୍ୟକତାଠାରୁ ୪ଗୁଣ ଅଧିକ ଅମ୍ଳଜାନ ମହଜୁଦ ରଖିଥିଲେ:ଅଡିଟ ରିପୋର୍ଟ

[amazon_auto_links id=”9932″]

Share this: