ରାଜ୍ୟରେ ୧୪ ଦିନ ପାଇଁ ଆଂଶିକ Lockdown ଜାରି;କଣ ଖୋଲା,କଣ ରହିବ ବନ୍ଦ
ଭୁବନେଶ୍ଵର: ଆଜି ରାଜ୍ୟ ସରକାର ଲକ୍ଡାଉନ୍ (Lockdown) ଏବଂ ସଟ୍ଡାଉନ୍ (Shutdown) ନେଇ ନୂଆ ଘୋଷଣା କରିଛନ୍ତି। କରୋନା ସଂକ୍ରମଣ (Coronavirus) ପାଇଁ ରାଜ୍ୟରେ ଲାଗୁ ହୋଇଥିବା ଲକ୍ଡାଉନ୍ କଟକଣା ପୂର୍ବ ଅପେକ୍ଷା ଅଧିକ କୋହଳ ହୋଇଛି। କଟକଣା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ରାଜ୍ୟରେ ଆସନ୍ତା ୧୪ ଦିନ ପାଇଁ ଆଂଶିକ ଲକଡାଉନ ଲାଗୁ କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ଆସନ୍ତାକଲି ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ।
ରାଜ୍ୟ ସରକାର ଏହି ଆଂଶିକ ଲକଡାଉନକୁ ୨ଟି ବର୍ଗରେ ଭାଗ କରିଛନ୍ତି। ଏହା କାଟାଗୋରୀ-ଏ ଓ କାଟାଗୋରୀ-ବି ରେ ଭାଗ କରାଯାଇଛି। କାଟାଗୋରୀ-ଏ ରେ ଥିବା ଜିଲ୍ଲାଗୁଡିକ ହେଲେ ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା ଆଦି ୧୭ଟି ଜିଲ୍ଲାରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି। ତେଣୁ ରାଜ୍ୟ ସରକାର ଏହି ଜିଲ୍ଲା ଗୁଡ଼ିକରେ ଲକଡାଉନକୁ ଅଧିକ କୋହଳ କରିଛନ୍ତି। ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ। ଏହି ସବୁ ଜିଲ୍ଲାଗୁଡ଼ିକରେ ସକାଳ ୬ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ।
କାଟାଗୋରୀ-ଏ ରେ ଥିବା ଜିଲ୍ଲାଗୁଡିକ: ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା
ରାଜ୍ୟ ସରକାର ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବା ପାଇଁ ଆଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ଆବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଗୁଡ଼ିକ ଖୋଲା ରହିବ।
କାଟାଗୋରୀ-ବି ଜିଲ୍ଲାଗୁଡିକ: ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର
ସେହିପରି କାଟାଗୋରୀ-ବି ରେ ଥିବା ଜିଲ୍ଲାଗୁଡିକରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବା ପାଇଁ ଆଦେଶ ଦେଇଛନ୍ତି। ଏହି ଜିଲ୍ଲାଗୁଡିକ ହେଲେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର।
ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ। ପୂର୍ବ ଭଳି ନାଇଟ୍ କଫ୍ୟୁ ବଳବତ୍ତର ରହିବ। ଜନସାଧାରଣଙ୍କ ସୁବିଧା ପାଇଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ମର୍ଣ୍ଣିଂ ୱାକ, ଜଗିଂ କରିପାରିବେ। ବିବାହ ସମାରୋହରେ ୨୫ ଜଣ ଏବଂ ବ୍ରତ ଘର ପାଇଁ ୨୦ଜଣ କୁ ଅନୁମତି ଏବଂ ପୂର୍ବରୁ ଯାହା କଟକଣା ଥିଲା, ତାହା ଜାରି ରହିବ।

କଣ ବନ୍ଦ ରହିବ:
- ଜୁଲାଇ ୧ ଯାଏ ଯାତ୍ରୀବାହୀ ବସ୍ ଚଳାଚଳ
- ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର
- ସିନେମା ହଲ, ମଲ୍, ଜିମ୍, ସୁଇମିଂ ପୁଲ
- ସ୍ପା, ସେଲୁନ୍, ବିୟୁଟି ପାର୍ଲର
- ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ
କଣ ଖୋଲା ରହିବ :
- ହସ୍ପିଟାଲ, ନର୍ସିଂହୋମ୍, ଟେଲିମେଡିସିନ୍ ସେବା
- ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା
- ଗ୍ୟାରେଜ, ପେଟ୍ରୋଲ ପମ୍ପ, ରୋଷେଇ ଗ୍ୟାସ୍,
- ବ୍ୟାଙ୍କ୍ , ଏଟିଏମ ସେବା ଜାରି
- ୫୦ପ୍ରତିଶତ କର୍ମଚାରୀରେ ସରକାରୀ ଏବଂ ଘରୋଇ ଅଫିସ କାର୍ଯ୍ୟ
- ମିଠା ଦୋକାନ
Also Read | ୧୮ ବର୍ଷରୁ ଅଧିକଙ୍କୁ CoWin ରେ ପଞ୍ଜୀକରଣ ଜରୁରୀ ନୁହେଁ, କେନ୍ଦ୍ରକୁ ଯାଇ ସିଧାସଳଖ ନେଇପାରିବେ ଟିକା