Covid-19:ଆଜି ଢେଙ୍କାନାଳ ଜିଲ୍ଲାରୁ ଆଉ ୫୬ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲା ଜିଲ୍ଲାରୁ ଆଜି ୫୬ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌  (Home Quarantine) ରୁ ୪୫ ଏବଂ ହସ୍ପିଟାଲରୁ ୧୧ଜଣ ଚିହ୍ନଟ ହୋଇଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ନୂଆରୁ ୨ଜଣ ଥିବାବେଳେ ଖଜୁରିଆକଟା, ପଞ୍ଚପଡା, ରଞ୍ଜାଗୋଳ, ବାରସିଙ୍ଗା, ତରକାବେଡ଼ା ଏବଂ ପାଟଲାରୁ ଜଣେ  ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ଚମ୍ପତିସାହିରୁ ଜଣେ ଅଛନ୍ତି।

ସେହିପରି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୬ଜଣଙ୍କ ମଧ୍ୟରୁ ଖମାରସାହିରୁ ୨ଜଣ ଥିବାବେଳେ ରାଧାକୃଷ୍ଣ ବଜାର, କାଲଟାକ୍ସ, ରାମେଶ୍ଵରପୁର ଏବଂ ଦେଉଳସାହିରୁ ଜଣେ ଲେଖାଏଁ ଅଛନ୍ତି। ଗଁଦିଆ ବ୍ଲକ (Gondia Block) ରୁ ୬ଜଣଙ୍କ ମଧ୍ୟରୁ ଦଶମାଣପାଟଣା ଏବଂ ସିମିଳିଆ ସୋରିସାଇପଦାରୁ ୨ଜଣ ଲେଖାଏଁ ଥିବାବେଳେ ବାଣୀପଦା ଏବଂ ଅରୁହାଁରୁ ଜଣେ ଲେଖାଏଁ ଅଛନ୍ତି।    

ସେହିପରି କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୬ଜଣଙ୍କ ମଧ୍ୟରୁ  ଲୋକନାଥପୁରଶାସନରୁ ୩ଜଣ ଥିବାବେଳେ କୋଟାଗରା, ଗୁଣ୍ଡିଚାନାଳି ଏବଂ କଣ୍ଟାପାଳରୁ ଜଣେ ଲେଖାଏଁ ଅଛନ୍ତି। ଓଡ଼ାପଡା ବ୍ଲକରୁ (Odapada Block) ଚିହ୍ନଟ ୪ଜଣଙ୍କ ମଧ୍ୟରୁ ନାଧେରା, ବଳରାମପୁର, ଇନ୍ଦିପୁର ଏବଂ ଘଟିବିରିରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ ବ୍ଲକ (Bhuban Block) ରୁ ୪ଜଣ, ପର୍ଜଙ୍ଗ ବ୍ଲକ କନ୍ଦରସିଂହାରୁ ଜଣେ, କଙ୍କଡାହାଡ ବ୍ଲକ କାରାଗୋରାରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୪ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୪୯୮ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୧୮ ହଜାର ୧୧୮ ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୬  ହଜାର ୩୭୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୧୦୯ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୪ ହଜାର ୭୫୨ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୧ ହଜାର ୫୬୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରୁ ଆଜି ଜଣେ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ୫୪ଜଣ କରୋନାରେ ଜୀବନ ହରେଇଲେଣି।

[amazon_auto_links id=”9932″]

Also Read |

Share this: