ରାଜ୍ୟରେ ପୁଣି ୪୬୯ କରୋନା ପଜିଟିଭ ଚିହ୍ନଟ

Share this:

ରାଜ୍ୟରେ ଆଉ ୪୬୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୧୭    ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୫୨   ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ଆଜି ୨୦ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୧୧୬ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ କଟକ ଜିଲ୍ଲାରୁ ୯୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ  ୬୬  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, କେଉଁଝର ଜିଲ୍ଲାରୁ ୨୫ ଜଣ ଆକ୍ରାନ୍ତ  ହୋଇଛନ୍ତି।  ଅନଗୁଳ ଜିଲ୍ଲାରୁ ୧୧  ଜଣ ଓ ଗଜପତି  ଜିଲ୍ଲାରୁ  ୧୨  ଜଣ ଆକ୍ରାନ୍ତ ହୋଇଛନ୍ତି। ପୁରୀ ଜିଲ୍ଲା ଓ ବାଲେଶ୍ଵର  ରୁ ୮ ଜଣ ଲେଖାଏଁ   ଆକ୍ରାନ୍ତ  ହୋଇଛନ୍ତି। ଭଦ୍ରକ ଜିଲାରୁ ୧୬  ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ୨୭ ଜଣ  ଆକ୍ରାନ୍ତ ହୋଇଛନ୍ତି। କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ରାପଡ଼ା ରୁ ୫ ଜଣ ଓ ମୟୂରଭଞ୍ଜ ଜିଲ୍ଲାରୁ ୬ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ୧୩ ଜଣ ଓ  ନୟାଗଡ଼ ଜିଲ୍ଲାରେ ୨୫ ଜଣ ଆକ୍ରାନ୍ତ ହୋଇଛନ୍ତି। କଳାହାଣ୍ଡି  ଓ ନବରଙ୍ଗପୁର  ଜିଲ୍ଲାରୁ ୨  ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୧୮ ସଂକ୍ରମିତ ହୋଇଛନ୍ତି। ବଲାଙ୍ଗୀର ଜିଲାରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି।  ଏଥିସହିତ , ୪ ଜଣ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଫେରନ୍ତା କର୍ମଚାରୀ ଅଛନ୍ତି।

ଖବର ଅନୁସାରେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୨ ଲକ୍ଷ ୯୨ ହଜାର ୪୦୭  ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯୦୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୯୩୪   ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦୯୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: