Odisha Covid19 Updates: ଆଜି ପୁଣି ରାଜ୍ୟରେ ୪,୩୩୦ କରୋନା ପଜିଟିଭ ଚିହ୍ନଟ,ମୋଟ ମୃତ୍ୟୁସଂଖ୍ୟା ୭୦୧

Share this:

ଭୁବନେଶ୍ଵର: ଓଡ଼ିଶାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ରାଜ୍ୟରେ ସ୍ଥିତି ଗଭୀର ଆଡକୁ ଯାଉଛି। ଆଜି ମଧ୍ୟ ସଂକ୍ରମିତଙ୍କ  ସଂଖ୍ୟା ୪ ହଜାରରୁ ଅଧିକ ରହିଛି। ରାଜ୍ୟରେ ଆଜି ପୁଣି ୪ ହଜାର ୩୩୦ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୨ହଜାର ୫୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୭୭୪ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୪୪ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୫୧ ଜଣ, କଟକରୁ ୫୪୯ ଜଣ, କନ୍ଧମାଳ ଜିଲ୍ଲାରୁ ୧୭୮ ଜଣ, କୋରାପୁଟରୁ ୯୪ ଜଣ, କେନ୍ଦ୍ରାପଡ଼ାରୁ୧୦୭ ଜଣ, କେଉଁଝରରୁ ୧୧୮ ଜଣ ଓ କଳାହାଣ୍ଡିରୁ ୧୦୦ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୦୭ ଜଣ, ସୁନ୍ଦରଗଡ଼ରୁ ୧୨୩ ଜଣ ଓ ସୋନପୁର ଜିଲ୍ଲାରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୫୮ ଜଣ, ଜଗତସିଂହପୁରରୁ ୧୬୭ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୫୩ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୯୯ ଜଣ, ବାଲେଶ୍ଵରରୁ ୧୨୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୭୯ ଜଣ, ବୌଦ୍ଧରୁ ୪୭ ଜଣ ଏବଂ ଭଦ୍ରକରୁ ୭୪ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୧୬ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୯୨ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୫୩ ଜଣ, ନବରଙ୍ଗପୁରରୁ ୧୩୩ ଜଣ ଓ ନୂଆପଡ଼ାରୁ ୬୨  ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୬୭ ଜଣ, ଦେଓଗଡରୁ ୧୨ ଜଣ, ରାୟଗଡାରୁ ୮୫ ଜଣ, ଅନୁଗୋଳରୁ ୧୭୬ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୫୨ ଜଣ ଏବଂ ମାଲକାନଗିରିରୁ ୬୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୨୨୫ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୭ ଲକ୍ଷ ୬୬ ହଜାର ୯୭୬ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୭୯ ହଜାର ୮୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୪୧ ହଜାର ୬୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୭ ହଜାର ୪୬୯ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେହିପରି ଓଡ଼ିଶାରେ ଆଜି କରୋନାରେ ୧୦ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା  ୭୦୧ କୁ ବୃଦ୍ଧି ହୋଇଛି।  

Also Read:

Angul Covid19 Updates: ଅନୁଗୋଳରେ ରେକର୍ଡ ସଂଖ୍ୟକ ୨୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ

Epidemic Diseases Bills: ରାଜ୍ୟସଭାରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ବିଲ୍ ପାସ୍,ସ୍ୱାସ୍ଥ୍ୟକର୍ମୀକୁ ଆକ୍ରମଣ କଲେ ୭ ବର୍ଷ ଜେଲ

Share this: