Odisha Covid19 Updates: ଆଜି ପୁଣି ରାଜ୍ୟରେ ୪,୨୩୭ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୧,୯୨,୫୪୮

Share this:

ଭୁବନେଶ୍ଵର: ଓଡ଼ିଶାରେ କରୋନା (Corona Virus) ପଜିଟିଭ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ରାଜ୍ୟରେ ସ୍ଥିତି ଗଭୀର ଆଡକୁ ଯାଉଛି। ରାଜ୍ୟରେ ବର୍ତ୍ତମାନ ଦୈନିକ କରୋନା ସଂକ୍ରମଣ ୪ ହଜାରରୁ ଅଧିକ ରହୁଛି। ଆଜି ମଧ୍ୟ ସଂକ୍ରମିତଙ୍କ  ସଂଖ୍ୟା ୪ ହଜାରରୁ ଅଧିକ ରହିଛି। ରାଜ୍ୟରେ ଆଜି ୪ ହଜାର ୨୩୭ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨ହଜାର ୪୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୭୫୨ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୪୭ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୭୧ ଜଣ, କଟକରୁ ୫୭୭ ଜଣ, କନ୍ଧମାଳ ଜିଲ୍ଲାରୁ ୫୫ ଜଣ, କୋରାପୁଟରୁ ୮୯ ଜଣ, କେନ୍ଦ୍ରାପଡ଼ାରୁ ୧୪୮ ଜଣ, କେଉଁଝରରୁ ୪୨ ଜଣ ଓ କଳାହାଣ୍ଡିରୁ ୫୭ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୧୧ ଜଣ, ସୁନ୍ଦରଗଡ଼ରୁ ୧୦୧ ଜଣ ଓ ସୋନପୁର ଜିଲ୍ଲାରୁ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୨୦୧ ଜଣ, ଜଗତସିଂହପୁରରୁ ୧୭୩ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୨୦୫ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୧୨୧ ଜଣ, ବାଲେଶ୍ଵରରୁ ୧୬୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୬୭ ଜଣ, ବୌଦ୍ଧରୁ ୪୩  ଜଣ ଏବଂ ଭଦ୍ରକରୁ ୧୩୬ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୪୨ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୧୯ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୫୦ ଜଣ, ନବରଙ୍ଗପୁରରୁ ୭୦ ଜଣ ଓ ନୂଆପଡ଼ାରୁ ୧୧୫ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୭୦ ଜଣ, ଦେଓଗଡରୁ ୨୨ ଜଣ, ରାୟଗଡାରୁ ୫୧ ଜଣ, ଅନୁଗୋଳରୁ ୧୧୦  ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୩୯  ଜଣ ଏବଂ ମାଲକାନଗିରିରୁ ୪୪ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୬୯ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୯ ଲକ୍ଷ ୫ ହଜାର ୭୩୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୯୨ ହଜାର ୫୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୫୩ ହଜାର ୨୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮ ହଜାର ୫୪୬ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

Covid19 India Updates: ଗତ ୨୪ ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ ଅଧିକ ଲୋକ ସୁସ୍ଥ, ୧୦ ଲକ୍ଷ ଜନସଂଖ୍ୟାରେ ୬୪ ଜଣଙ୍କର ମୃତ୍ୟୁ

Share this: