ଆଜି ରାଜ୍ୟରେ ୨୫୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ପ୍ଲାଜମା ଥେରାପି ଚିକିତ୍ସାରେ ୧୦୪ ସୁସ୍ଥ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି  ଆଉ ୨୫୧୯ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୩ ହଜାର ୨୩୩କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୧୯  ଜଣ,ଗଞ୍ଜାମ ଜିଲ୍ଲାରୁ ୨୧୬ ଜଣ, ପୁରୀରୁ ୨୧୦ ଜଣ,ରାୟଗଡାରୁ ୨୦୫ ଜଣ, କୋରାପୁଟରୁ ୧୬୯ଜଣ, ମୟୁରଭଞ୍ଜ ରୁ ୧୫୦ ଜଣ,କଟକ ଜିଲ୍ଲାରୁ ୧୨୯ଜଣ, ବାଲେଶ୍ଵରରୁ ୧୦୦ ଜଣ,ନୟାଗଡରୁ ୯୫ଜଣ, ସମ୍ବଲପୁରରୁ ୮୫ ଜଣ, ମାଲକାନଗିରି ଜିଲ୍ଲାରୁ ୮୪ ଜଣ, ଭଦ୍ରକ ଜିଲ୍ଲାରୁ ୭୭ ଜଣ, ଢେଙ୍କାନାଳରୁ ୭୬ ଜଣ, ନବରଙ୍ଗପୁରରୁ ୫୮ ଜଣ, କନ୍ଧମାଳରୁ  ୪୮ଜଣ,ବଲାଙ୍ଗୀରରୁ ୪୫ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪୨ଜଣ, ଗଜପତିରୁ ୪୦ଜଣ, କେନ୍ଦ୍ରାପଡାରୁ ୩୯ ଜଣ,ଝାରସୁଗୁଡା ଓ କେଉଁଝରରୁ ୩୮ଜଣ ଲେଖାଏଁ, ସୋନପୁରରୁ ୩୩ ଜଣ,ନୂଆପଡ଼ା ରୁ ୨୮ ଜଣ, ଜଗତସିଂପୁରରୁ ୨୭ଜଣ,ବରଗଡ଼ରୁ ୨୫ଜଣ, କଳାହାଣ୍ଡି ଜିଲାରୁ ୧୯ ଜଣ,ଯାଜପୁରରୁ ୧୨ ଜଣ, ଦେଓଗଡରୁ ୭ ଜଣ,ବୌଦ୍ଧରୁ ୪ଜଣ, ଅନୁଗୋଳରୁ ଜଣେ ସୁସ୍ଥ ହୋଇଛନ୍ତି।

Also Read:

FROM THE WEB

Share this: