ରାଜ୍ୟରେ ଆଜି ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୨୭୦୬ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୮  ହଜାର ୧ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ କଟକରୁ ୪୧୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, ଖୋର୍ଦ୍ଧା ଜିଲ୍ଲାରୁ ୩୫୪ ଜଣ, ମୟୁରଭଞ୍ଜ ୨୩୩ ଜଣ, ଗଞ୍ଜାମ ଜିଲ୍ଲାରୁ ୧୭୩ ଜଣ, ନୟାଗଡରୁ ୧୫୨ ଜଣ, ବରଗଡ଼ରୁ ୧୩୯ ଜଣ, ରାୟଗଡାରୁ ୧୦୧ଜଣ, ଝାରସୁଗୁଡାରୁ ୯୩ ଜଣ, ଯାଜପୁରରୁ ୯୨ ଜଣ, କେଉଁଝରରୁ ୮୨ ଜଣ, ସମ୍ବଲପୁରରୁ ୮୧ ଜଣ, ଜଗତସିଂପୁରରୁ ୭୫ ଜଣ, କେନ୍ଦ୍ରାପଡାରୁ ୬୬ ଜଣ, ଢେଙ୍କାନାଳ ଓ କୋରାପୁଟରୁ ୬୫ ଜଣ ଲେଖାଏଁ, ଭଦ୍ରକରୁ ୫୩ ଜଣ, ନବରଙ୍ଗପୁରରୁ ୫୨ ଜଣ, ବାଲେଶ୍ଵରରୁ ୩୮  ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୪ ଜଣ,କଳାହାଣ୍ଡିରୁ ୩୩ ଜଣ, ମାଲକାନଗିରି ଜିଲ୍ଲାରୁ ୨୭ ଜଣ, ବଲାଙ୍ଗୀରରୁ ୨୫ ଜଣ, ସୋନପୁରରୁ୨୪ ଜଣ, ନୂଆପଡ଼ା ଓ ବୌଦ୍ଧରୁ ୨୩ ଜଣ ଲେଖାଏଁ, କନ୍ଧମାଳରୁ ୨୦ ଜଣ, ଗଜପତିରୁ ୧୮ ଜଣ, ଅନୁଗୋଳରୁ ୧୭ ଜଣ ଏବଂ ଦେଓଗଡରୁ ୫ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୧କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ମୃତ୍ୟୁ ୫୯୧ କୁ ବୃଦ୍ଧି ହୋଇଛି।

Also Read:

ଭାରତରେ ୨୪ ଘଣ୍ଟାରେ ସର୍ବାଧିକ କରୋନା ସଂକ୍ରମିତ ୯୫,୭୩୫ ଚିହ୍ନଟ,ମୋଟ ମୃତ୍ୟୁ ସଂଖ୍ୟା ୭୫ ହଜାର ଅତିକ୍ରମ

ଓଡ଼ିଶାରେ ବଢି ଚାଲିଛି କାରୋନା ସଂକ୍ରମିତଙ୍କ ସଂଖ୍ୟା;ଆଜି ରେକର୍ଡ ୩,୯୯୧ ପଜିଟିଭ ଚିହ୍ନଟ

Share this: