Covid19 Odisha Update: ଆଜି ୩୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ହେଲେ ୧,୩୩,୪୬୬ ଜଣ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩,୬୦୭ ଜଣ କରୋନା (Covid-19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୩୩ ହଜାର ୪୬୬ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୦୩୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୨୯୯ ଜଣ, ବରଗଡ଼ରୁ ୮୪ ଜଣ, ଯାଜପୁରରୁ ୧୨୭ ଜଣ, ମୟୁରଭଞ୍ଜରୁ ୧୨୮ଜଣ, ଭଦ୍ରକରୁ ୫୪  ଜଣ, ବାଲେଶ୍ଵରରୁ ୧୧୨ ଜଣ, ଢେଙ୍କାନାଳରୁ ୨୮ ଜଣ, ପୁରୀରୁ ୪୧୫  ଜଣ, ଜଗତସିଂପୁରରୁ ୧୦୫ ଜଣ, ରାୟଗଡାରୁ ୮୦ ଜଣ, ଗଞ୍ଜାମରୁ ୭୫ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୭୧ଜଣ, ଅନୁଗୋଳରୁ ୧୨ ଜଣ, ନୟାଗଡ ୫୫ ଜଣ, ସୋନପୁରରୁ ୧୦୦ ଜଣ, ବଲାଙ୍ଗୀରରୁ ୧୪୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୦୭, ନବରଙ୍ଗପୁରରୁ ୧୦୪ ଜଣ, ଝାରସୁଗୁଡାରୁ ୮୨ ଜଣ, କେନ୍ଦ୍ରାପଡା ୮୪, କୋରାପୁଟରୁ ୭୫ ଜଣ, କେଉଁଝରରୁ ୪୩  ଜଣ, କନ୍ଧମାଳରୁ ୧୬ ଜଣ, ନୂଆପଡ଼ାରୁ ୪୪ ଜଣ, କଳାହାଣ୍ଡିରୁ ୧୯ ଜଣ, ଗଜପତିରୁ ୨୬ ଜଣ, ବୌଦ୍ଧରୁ ୩୦ ଜଣ, ମାଲକାନଗିରି ଜିଲ୍ଲାରୁ ୩୭ ଜଣ ଏବଂ ଦେଓଗଡରୁ ୧୮ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଓଡ଼ିଶାରେ ଆଜି କରୋନାରେ ୧୩ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା  ୬୬୯ କୁ ବୃଦ୍ଧି ହୋଇଛି।  

Also Read:

Corona Vaccine Update: ଆସନ୍ତା ଜାନୁଆରୀରେ କରୋନା ଟିକା ଭାରତରେ ମିଳିବ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରାଜ୍ୟସଭାରେ ସୂଚନା

Covid19 India Update: ଦେଶରେ ଗତ ୨୪ ଘଣ୍ଟାରେ ୯୭ ହଜାରରୁ ଅଧିକ କରୋନାରେ ସଂକ୍ରମିତ,୧୧୩୨ ଜଣ ମୃତ

Share this: