Covid19 India Update: ଦେଶରେ ଗତ ୨୪ ଘଣ୍ଟାରେ ୯୭ ହଜାରରୁ ଅଧିକ କରୋନାରେ ସଂକ୍ରମିତ,୧୧୩୨ ଜଣ ମୃତ

Share this:

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୭ ହଜାର ୮୯୪ ଟି ନୂତନ କରୋନା ସକାରାତ୍ମକ ମାମଲା ପଞ୍ଜୀକୃତ ହୋଇଛି। ଏହା ସହିତ ୧୧୩୨ ରୋଗୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି।

Also Read: Corona Vaccine Update: ଆଗାମୀ ୩ ରୁ ୪ ସପ୍ତାହ ମଧ୍ୟରେ କରୋନା ଟିକା ଉପଲବ୍ଧ ହେବ ଆମେରିକାରେ,କହିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଭାରତରେ କରୋନା (Covid-19) ସଂକ୍ରମଣ ହାର ଦିନକୁଦିନ ବଢିଚାଲିଛି। ଏହାର ସଂଖ୍ୟା କେଉଁଠାରେ ଆଉ କେବେ ବନ୍ଦ ହେବ ତାହା କହିବା ସହଜ ହେବ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୭ ହଜାର ୮୯୪ ନୂଆ କରୋନା ସଂକ୍ରମିତ ହୋଇଛି। ଏହା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୧ ଲକ୍ଷ ୧୮ ହଜାର ୨୫୪ ଆସି ପହଁଚିଛି। ଏଥିରେ ୧୦ ଲକ୍ଷ ୯ ହଜାର ୯୭୬ ସକ୍ରିୟ ମାମଲା ଅନ୍ତର୍ଭୁକ୍ତ। ଏଥିସହିତ ୪୦ ଲକ୍ଷ ୨୫ ହଜାର ୮୦ ଜଣ  ରୋଗୀ ସୁସ୍ଥ ହୋଇଯାଇଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।  ସେହିପରି ମୃତ୍ୟୁ ସଂଖ୍ୟାକୁ ଦେଖିଲେ, ତେବେ କିଛି ସମୟ ପାଇଁ ପ୍ରତିଦିନ ଏକ ହଜାରରୁ ଅଧିକ ରୋଗୀ ଏହି ମହାମାରୀରେ ମୃତ୍ୟୁ ବରଣ କରୁଛନ୍ତି। ଗତ ୨୪ ଘଣ୍ଟାରେ ୧୧୩୨ ଜଣ ମୃତକଙ୍କ ସହିତ ମୋଟ ମୃତ୍ୟୁସଂଖ୍ୟା  ଦେଶରେ ୮୩ ହଜାର ୧୯୮ରେ ପହଁଚିଛି।

Also Read:

Covid19 India Update: ଦିନକେ ସର୍ବାଧିକ ୮୨,୯୬୧ ଜଣ କରୋନାରୁ ସୁସ୍ଥ

PM Modi Birthday: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ; ରାଷ୍ଟ୍ରପତି,ଗୃହମନ୍ତ୍ରୀ ସମେତ ରୁଷ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତା

Share this: