ରାଜ୍ୟରେ ଆଜି ୩୧୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ୫୮୦ ମୃତ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩୧୧୦ଜଣ କରୋନା (Covid-19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୫ ହଜାର ୨୯୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ୧୦୨୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୨୦୨ ଜଣ, ପୁରୀରୁ ୨୧୫ ଜଣ ମୟୁରଭଞ୍ଜ ୧୫୪ ଜଣ, କେନ୍ଦ୍ରାପଡାରୁ ୧୩୧ ଜଣ, ଢେଙ୍କାନାଳରୁ ୧୨୩ ଜଣ, ବାଲେଶ୍ଵରରୁ ୧୦୩ ଜଣ, ସମ୍ବଲପୁରରୁ ୧୦୨ଜଣ, ଯାଜପୁରରୁ ୧୦୦ ଜଣ, ଗଞ୍ଜାମ ଜିଲ୍ଲାରୁ ୯୮ଜଣ, ଝାରସୁଗୁଡା ଓ କୋରାପୁଟରୁ ୯୫ ଜଣ ଲେଖାଏଁ, ବରଗଡ଼ରୁ ୯୨ ଜଣ, କେଉଁଝର ଓ କନ୍ଧମାଳରୁ ୬୦ଜଣ ଲେଖାଏଁ, ସୁନ୍ଦରଗଡ ଜିଲ୍ଲାରୁ ୫୮ ଜଣ, ରାୟଗଡାରୁ ୧୮ ଜଣ, ଭଦ୍ରକରୁ ୪୩ ଜଣ, ଜଗତସିଂପୁରରୁ ୪୨ ଜଣ, ବଲାଙ୍ଗୀରରୁ ୪୧ଜଣ, ନବରଙ୍ଗପୁରରୁ ୩୪ ଜଣ, ମାଲକାନଗିରି ଜିଲ୍ଲାରୁ ୩୨ ଜଣ, ନୟାଗଡରୁ ୨୯ ଜଣ, ଗଜପତି ଓ ସୋନପୁରରୁ୨୦ ଜଣ ଲେଖାଏଁ, ନୂଆପଡ଼ାରୁ ୧୬ ଜଣ, ବୌଦ୍ଧରୁ ୭ ଜଣ, ଅନୁଗୋଳରୁ ୨ଜଣ ଏବଂ ଦେଓଗଡରୁ ୨ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୧କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ମୃତ୍ୟୁ ୫୮୦କୁ ବୃଦ୍ଧି ହୋଇଛି।

Also Read:

କରୋନା ଟୀକାକୁ ଝଟକା! ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ଆଷ୍ଟ୍ରା ଜେନେକାର କୋଭିଡ-୧୯ ଟିକା ପରୀକ୍ଷଣ ବନ୍ଦ

ଡ଼ିଶାରେ ଆଜି ପୁଣି ୩୭୪୮ କରୋନା ପଜିଟିଭ ଚିହ୍ନଟ, ମୋଟ ୧,୩୫,୧୩୦ ଚିହ୍ନଟ

ଓଡ଼ିଶା ସମେତ ୯ଟି ରାଜ୍ୟରେ ୨୨ଟି ବାଉଁଶ କ୍ଲଷ୍ଟରର ଶୁଭାରମ୍ଭ;ଜାତୀୟ ବାଉଁଶ ମିଶନ ଗଠିତ

Share this: