ଆଜି ରାଜ୍ୟରେ ପୁଣି କରୋନା ପଜିଟିଭ ୨୬୦୨ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ୨୬୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୫୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୦୪୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୬୧୬ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୧୯୦ ଜଣ, କଟକରୁ ୨୩୬ ଜଣ,କନ୍ଧମାଳ ଜିଲ୍ଲାରୁ ୧୭ଜଣ,କୋରାପୁଟରୁ ୧୨୭ ଜଣ, କେନ୍ଦ୍ରାପଡ଼ାରୁ ୧୨୮ଜଣ, କେଉଁଝରରୁ ୮୬ଜଣ ଓ କଳାହାଣ୍ଡିରୁ ୬୩ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୭୮ଜଣ ,ସୁନ୍ଦରଗଡ଼ରୁ ୧୯ ଜଣ ଓ ସୋନପୁର ଜିଲ୍ଲାରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୦୩ଜଣ,ଜଗତସିଂହପୁରରୁ ୮୨ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୮୫ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୮୨ ଜଣ, ବାଲେଶ୍ଵରରୁ ୧୩୮ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୩୫ଜଣ ,ବୌଦ୍ଧ ରୁ ୯ ଜଣ ଏବଂ ଭଦ୍ରକରୁ ୪୭ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୭ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୪୬ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୯୧ ଜଣ ,ନବରଙ୍ଗପୁରରୁ ୧୮ଜଣ ଓ ନୂଆପଡ଼ାରୁ ୧୬ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୬୭ ଜଣ,ଦେଓଗଡରୁ୩ ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡାରୁ ୫୪ ଜଣ, ଅନୁଗୋଳରୁ ୧୪ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୭୨ଜଣ ଏବଂ ମାଲକାନଗିରିରୁ ୮୦ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୭ ଲକ୍ଷ ୮୯ହଜାର ୪୩୩ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୩ ହଜାର ୫୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୩  ହଜାର ୨୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ହଜାର ୭୫୮ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

Share this: