Odisha Covid-19: ଆଜି ୨୭ ଜିଲ୍ଲାରୁ ୩୭୮ ନୂଆ କରୋନା ପଜିଟିଭ ଚିହ୍ନଟ, ଅନୁଗୋଳରୁ ସର୍ବାଧିକ

Share this:

ଭୁବନେଶ୍ଵର: ରାଜ୍ୟରେ ଗତ କିଛିଦିନ ଧରି ଲଗାତାର ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। ଆଜି ୨୭ ଜିଲ୍ଲାରୁ ୩୭୮ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୫୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୭ ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି, ଅନୁଗୋଳ ଜିଲ୍ଲାରୁ ୩୮ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୭ ଜଣ ଗଞ୍ଜାମରୁ ୭ ଜଣ, କଟକରୁ ୨୪ ଜଣ, କନ୍ଧମାଳ ଜିଲ୍ଲାରୁ ୩ ଜଣ, କୋରାପୁଟରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, କେଉଁଝରରୁ ୧୫ ଜଣ ଓ କଳାହାଣ୍ଡିରୁ ୮ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୪ ଜଣ, ସୁନ୍ଦରଗଡ଼ରୁ ୩୨ ଜଣ ଓ ସୋନପୁର ଜିଲ୍ଲାରୁ ଜଣେ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୮ ଜଣ, ଜଗତସିଂହପୁରରୁ ୧୮ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୫ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୩ ଜଣ, ବାଲେଶ୍ଵରରୁ ୧୪ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨୨ ଜଣ, ଭଦ୍ରକରୁ ୭ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୪ ଜଣ, ନବରଙ୍ଗପୁରରୁ ୩ ଜଣ ଓ ନୂଆପଡ଼ାରୁ ୨୧ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୫ ଜଣ, ଦେବଗଡ଼ରୁ ଜଣେ। ମୟୁରଭଞ୍ଜରୁ ୩୪ ଜଣ ଏବଂ ମାଲକାନଗିରିରୁ ଜଣେ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୦ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୫୯ ଲକ୍ଷ ୪୦ ହଜାର ୯୦୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ  ୧୯ ହଜାର ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩ ଲକ୍ଷ ୧୨ ହଜାର ୬୫ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫ ହଜାର ୨୪୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ଗତକାଲି ୮୦୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‍ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ୬୫ରେ ପହଁଚିଛି।

Also Read | New Law: ବାଇକ୍ ଓ କାର ମାଲିକଙ୍କ ପାଇଁ ସରକାର କଲେ ନୂଆ ନିୟମ

Share this: