Covid-19 Odisha Updates: ଆଜି ଓଡିଶାରୁ ୮୫୨ କରୋନା ପଜିଟିଭ ଚିହ୍ନଟ, ୧୯ ମୃତ୍ୟୁ

Share this:

ଭୁବନେଶ୍ଵର: Odisha Covid-19 Updates ଆଜି ରାଜ୍ୟରୁ ୮୫୨ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୧୮୧ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୯୫ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୫୭ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୧୬ଜଣ, ବାଲେଶ୍ଵରରୁ ୨୫ଜଣ, ବରଗଡ଼ରୁ ୧୧ଜଣ, ଭଦ୍ରକରୁ ୧୬ଜଣ, ବଲାଙ୍ଗୀରିରୁ ୭ଜଣ, ବୌଦରୁ ୧୨ଜଣ, କଟକରୁ ୬୪ଜଣ, ଦେଓଗଡ଼ରୁ ୧୭ଜଣ, ଢେଙ୍କାନାଳରୁ ୧୭ଜଣ, ଗଜପତିରୁ ୩୩ଜଣ, ଗଞ୍ଜାମରୁ ୯ଜଣ, ଜଗତସିଂପୁରରୁ ୨୮ଜଣ, ଯାଜପୁରରୁ ୪୦ଜଣ, ଝାରସୁଗୁଡାରୁ ୧୦ଜଣ, କଳାହାଣ୍ଡିରୁ ୧୧ଜଣ, କନ୍ଧମାଳରୁ ୨୬ଜଣ, କେନ୍ଦ୍ରାପଡ଼ାରୁ ୧୪ଜଣ, କେଉଁଝରରୁ ୧୫ଜଣ, କୋରପୁଟରୁ ୯୦ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୨୬ଜଣ, ନବରଙ୍ଗପୁରୁ ୨୦ଜଣ, ନୟାଗଡ଼ରୁ ୧୭ଜଣ, ନୂଆପଡ଼ାରୁ ୨୫ଜଣ, ପୁରୀରୁ ୧୧ଜଣ, ରାୟଗଡାରୁ ୧୩ଜଣ, ସମ୍ବଲପୁରରୁ ୩୯ଜଣ, ସୋନପୁରରୁ ୧୦ଜଣ, ସୁନ୍ଦରଗଡରୁ ୮୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୫ ଲକ୍ଷ ୯୫ ହଜାର ୨୬୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୭୯ ହଜାର ୮୯୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୬୭୧ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୬୧ ହଜାର ୪୬୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ ହଜାର ୪୩୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୧୯ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୪୫ କୁ ବୃଦ୍ଧି ପାଇଛି।

Share this: