ଓଡ଼ିଶାରେ ରେକର୍ଡ ସଂଖ୍ୟକ ୨୮୧୯ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୭୫ ହଜାର ପାର

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ୨୮୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୬୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୨୮ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୯ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୪୪୩ ଜଣ ଲେଖାଏଁ  ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ୧୯୨ଜଣ, କଟକରୁ ୨୫୭ ଜଣ,କନ୍ଧମାଳ ଜିଲ୍ଲାରୁ ୪୪ ଜଣ,କୋରାପୁଟରୁ ୮୧ଜଣ, କେନ୍ଦ୍ରାପଡ଼ାରୁ୬୨ ଜଣ ,କେଉଁଝରରୁ ୭ ଜଣ ଓ କଳାହାଣ୍ଡିରୁ ୫୫ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୪୫ ଜଣ ,ସୁନ୍ଦରଗଡ଼ରୁ ୫୭ ଜଣ  ଓ ସୋନପୁର ଜିଲ୍ଲାରୁ ୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୨୦ଜଣ ,ଜଗତସିଂହପୁରରୁ ୪୮ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୬୩ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୩୬ଜଣ, ବାଲେଶ୍ଵରରୁ ୧୦୫ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୫୬ ଜଣ ,ବୌଦ୍ଧ ଜିଲ୍ଲାରୁ ୬ ଜଣ ଏବଂ ଭଦ୍ରକ ଜିଲ୍ଲାରୁ ୭୭ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୫୮ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୦୯ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୬୪ ଜଣ ,ନବରଙ୍ଗପୁରରୁ ୪୩ ଜଣ ଓ ନୂଆପଡ଼ାରୁ ୧ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୧୦୦ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡା ରୁ ୧୪୭ଜଣ, ଅନୁଗୋଳରୁ ୨୩ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜ ରୁ ୨୧୯  ଜଣ ଏବଂ ମାଲକାନଗିରିରୁ ୮୩ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୨ ଲକ୍ଷ ୩୩ ହଜାର ୮୦୫ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭୫ ହଜାର ୫୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୦ହଜାର ୫୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ ହଜାର ୫୮୨ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

ରାଜ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଯୋଗାଇବା ପାଇଁ ପ୍ରତିଶ୍ରୁତି -କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

ଆମାଜନର ବେଷ୍ଟ ଅଫ୍ ଟେକ୍ ବିକ୍ରୟ ୨୦୨୦ ଆରମ୍ଭ; ଲାପଟପ୍, ସ୍ମାର୍ଟଫୋନ୍ ବଡ଼ ରିହାତି କିଣିବାର ସୁଯୋଗ

FROM THE WEB

Share this: