କୋଭିଡ଼-୧୯ର ଗୁଣବତ୍ତା ତଥ୍ୟରେ କର୍ଣ୍ଣାଟକ ଶ୍ରେଷ୍ଠ,ଆନ୍ଧ୍ରପ୍ରଦେଶ ରେ କରୋନା ଟେଷ୍ଟ ୨୮୦୦ଟଙ୍କା ରୁ ଅଧିକ ନୁହେଁ,ଆଉ ଲକଡାଉନ ହେବନି କେରଳ ରେ

Share this:

କେରଳ: ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର କ୍ୟାବିନେଟ ବୈଠକ ରେ ନିଷ୍ପତ୍ତି ନିଆଯାଇଛି ଯେ ଆଉ କେରଳରେ ଲକ ଡାଉନ ହେବନି।ଏହା ବ୍ୟବସାୟ ଉପରେ  ପ୍ରଭାବ ପକାଉଛି। ଯେଉଁଠାରେ ରୋଗ ସଂକ୍ରମଣର ମାତ୍ରା ଅଧିକ, ସେହି ଅଞ୍ଚଳରେ ପୋଲିସର ଅନୁସନ୍ଧାନ ଏବଂ ପ୍ରତିବନ୍ଧକକୁ କଡାକଡି କରାଯିବ। ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇପାରେ। ଏହି ସମୟରେ, କୋଜିକୋଡେରେ ଏକ ପରିବାରର ତୃତୀୟ ସଦସ୍ୟ ଆଜି କରୋନୋ ଭୂତାଣୁ ରେ ସଂକ୍ରମିତ ହୋଇଛନ୍ତି। କୋଭିଡ କାରଣରୁ ଆଉ ଏକ ମୃତ୍ୟୁ ଆଜି ଏର୍ନାକୁଲମ ମେଡିକାଲ କଲେଜ ହସ୍ପିଟାଲରେ ରେକର୍ଡ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ମୃତକଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। କୋଟାୟାମରେ କୋଭିଡ ରୋଗୀଙ୍କ ଶବଦାହକୁ ରୋକିବାରେ ସ୍ଥାନୀୟ କାଉନସିଲରଙ୍କ ସମେତ ପଚାଶ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଗତକାଲି ରାଜ୍ୟରେ ୯୨୭ ନୂତନ ରୋଗୀଙ୍କ ସହ କେରଳରେ କୋଭିଡ ରୋଗୀଙ୍କ ୧୯ ହଜାର କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୯ ହଜାର ୬୫୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ଏକ ଲକ୍ଷ ୫୬ ହଜାର  ଲୋକଙ୍କୁ  ବିଭିନ୍ନ ଜିଲ୍ଲାରେ ନଜରରେ ରଖାଯାଇଛି।

ତାମିଲନାଡୁ: ମଦୁରାଇ ସରକାରୀ ରାଜଜୀ ଡାକ୍ତରଖାନାର ୨୯ ନର୍ସ ଏବଂ ଡାକ୍ତରଙ୍କ ମଧ୍ୟରେ କୋଭିଡ ଭୂତାଣୁ ଦ୍ଵାରା  ସଂକ୍ରମିତ ହୋଇଛନ୍ତି। କୋଭିଡ଼ କୁ ନଜରେ ରଖି  ରାଜ୍ୟରେ କଳା ଏବଂ ବିଜ୍ଞାନ କଲେଜ ପାଇଁ ଆବେଦନ କରିବାର ଶେଷ ତାରିଖ ବୃଦ୍ଧି କରାଯାଇଛି, ଛାତ୍ରମାନେ ଅଗଷ୍ଟ ୧  ରୁ ଅଗଷ୍ଟ ୧୦ ମଧ୍ୟରେ ସେମାନଙ୍କର ଡକ୍ୟୁମେଣ୍ଟ ଅପଲୋଡ୍ କରିପାରିବେ । ଚେନ୍ନାଇରେ କୋଭିଡ ମାମଲାରେ ହ୍ରାସ ଘଟିଥିବାବେଳେ ତାମିଲନାଡୁର ଅନ୍ୟାନ୍ୟ ଜିଲ୍ଲାରେ ମାମଲା ବୃଦ୍ଧି ରାଜ୍ୟରେ ମୋଟ ମାମଲା ବୃଦ୍ଧି କରିଛି। ଗତକାଲି ରାଜ୍ୟରେ ୬ ହଜାର ୯୮୬ ଟି ନୂଆ ମାମଲା ଏବଂ ୮୫ ଜଣଙ୍କ ମୃତ୍ୟୁ ଘଟିଛି। ଚେନ୍ନାଇରୁ ମୋଟ ୧୧୫୫ ମାମଲା ନିଶ୍ଚିତ ହୋଇଛି। ରାଜ୍ୟରେ ମୋଟ କୋଭିଡ ମାମଲା ୨ ଲକ୍ଷ ୧୩ ହଜାର ୭୨୩ ରେ ପହଞ୍ଚିଛି,ସେଥିରୁ  ସକ୍ରିୟ ମାମଲା ୫୩ ହଜାର ୭୦୩  ହୋଇଥିବାବେଳେ  ମୃତକଙ୍କ ସଂଖ୍ୟା ୩ ହଜାର ୪୯୪ 3ରେ ପହଞ୍ଚିଛି। ଚେନ୍ନାଇରେ ସକ୍ରିୟ ମାମଲା ସଂଖ୍ୟା ୧୩ ହଜାର ୭୪୪ କୁ ବୃଦ୍ଧି ପାଇଛି।

 କର୍ଣ୍ଣାଟକ: ଷ୍ଟାନଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଦ୍ଵାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଦେଶର ସମସ୍ତ ରାଜ୍ୟ ମଧ୍ୟରେ କୋଭିଡ -୧୯ ତଥ୍ୟର ଗୁଣବତ୍ତା ଦୃଷ୍ଟିରୁ କର୍ଣ୍ଣାଟକ ସର୍ବୋତ୍ତମ। ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଆନନ୍ଦ ସିଂରେ କୋଭିଡ -୧୯ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ ରବିବାରର କର୍ଫ୍ୟୁ ଜାରି ରଖିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀକୁ ଅପେକ୍ଷା କରାଯାଇଛି। ଭାରତୀୟ ବିଜ୍ଞାନ ସଂସ୍ଥାନ (IISC) ଦ୍ୱାରା ଡିଜାଇନ୍ ହୋଇଥିବା ମୋବାଇଲ୍ ଆପ  ପ୍ରଥମ ସେଟ୍ ପ୍ରସ୍ତୁତ ହୋଇ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ। ରବିବାର ଦିନ କର୍ଣ୍ଣାଟକରେ ସର୍ବାଧିକ ୫ ହଜର ୧୯୯ ମାମଲା ରେକର୍ଡ ହୋଇଛି। ରାଜ୍ୟରେ ମୋଟ କୋଭିଡ -୧୯ ମାମଲାର ସଂଖ୍ୟା ୯୬ ହଜାର ୧୪୧।  ରାଜ୍ୟରେ ମୋଟ୨୫ ହଜାର ୮୩୮ ଜଣ ସୁସ୍ଥ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶ: କୋଭିଡ -୧୯ ଅନୁସନ୍ଧାନ କରିବା ପାଇଁ ରାଜ୍ୟ ପ୍ରମୁଖ ନିର୍ଦ୍ଦେଶନାମା ଜାରି କରି କହିଛି ଯେ କେବଳ ଆଇସିଏମଆର(ICMR) ଅନୁମୋଦିତ ଲାବୋରେଟୋରୀଗୁଡିକ ରେ  କରୋନୋଭୂତାଣୁ ଯାଞ୍ଚ କରାଯିବ। ଶୀଘ୍ର ଆଣ୍ଟିଜେନ୍ ସ୍କ୍ରିନିଂ ପାଇଁ ୭୫୦ ଟଙ୍କାରୁ  ଅଧିକ ଏବଂ VRDL ପରୀକ୍ଷା ପାଇଁ ୨,୮୦୦ରୁ ଅଧିକ ଟଙ୍କା ଉପରେ ସରକାର ନିଷିଦ୍ଧ କରିଛନ୍ତି। ସେପ୍ଟେମ୍ବର ୫ ରୁ ରାଜ୍ୟରେ ବିଦ୍ୟାଳୟ ଖୋଲିବାର ଯୋଜନାକୁ ଦୃଷ୍ଟିରେ ରଖି ଆଜି ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ରାଜ୍ୟ ପରିଚାଳିତ ବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଛି। କୋଭିଡ -୧୯ ନିର୍ଦ୍ଦେଶାବଳୀ ଅନୁସରଣ କରି କେବଳ ପିତାମାତାଙ୍କୁ ଆଡମିଶନ ପ୍ରକ୍ରିୟା ସମାପ୍ତ କରିବାକୁ ଅନୁମତି ଦିଆଯାଇଛି। ଗତକାଲି ରାଜ୍ୟରେ ୭ ହଜାର ୬୨୭  ଟି ନୂଆ ମାମଲା ଏବଂ ୫୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ ମାମଲା ୯୬ ହଜାର ୨୯୮,ସେଥିରୁ ସକ୍ରିୟ ମାମଲା ୪୮ ହଜାର ୯୫୬ ଓ  ମୃତ୍ୟୁ ସଂଖ୍ୟା ୧୦୪୧ ଏବଂ ଆରୋଗ୍ୟ ମାମଲା ୪୬ ହଜାର ୩୦୧ ଅଟେ।

Share this: