Odisha Covid Report : ଆଜି ଓଡିଶାରୁ ୨୨ ଚିହ୍ନଟ
ଭୁବନେଶ୍ଵର: Odisha Covid Report ଓଡିଶାରୁ ଗତକାଲି ୨୬ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜି ପୁଣି ରାଜ୍ୟରୁ ଗତ ୨୪ ଘଣ୍ଟାରେ ନୂଆ ୨୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେହିପରି ଆଜି ରାଜ୍ୟରୁ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (Odisha Covid Report)। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଓଡ଼ିଶାରୁ ଚିହ୍ନଟଙ୍କ ମଧ୍ୟରେ ବାଲେଶ୍ଵରରୁ ଜଣେ, କଟକରୁ ୪ଜଣ, ଦେଓଗଡରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁରରୁ ୨ ଜଣ, ଝାରସୁଗୁଡାରୁ ଜଣେ, କେନ୍ଦ୍ରାପଡାରୁ ଜଣେ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୩ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ସମ୍ବଲପୁରରୁ ଜଣେ, ସୋନପୁରରୁ ଜଣେ, ସୁନ୍ଦରଗଡରୁ ୫ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲରୁ ଜଣେ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୮ ଲକ୍ଷ ୬୦ ହଜାର ୨୧୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୬ ହଜାର ୨୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୩ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୬ହଜାର ୭୨୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୩୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ଭାରତରୁ ୧୩୨୧ ଜଣ ଚିହ୍ନଟ
ସେହିପରି ଆଜି ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩୨୧ ନୂଆ କରୋନା ପଜିଟିଭ ରିପୋର୍ଟ ହୋଇଛି। ଏହାକୁ ମିଶାଇ ଦେଶରେ ୪ କୋଟି ୪୬ ଲକ୍ଷ ୫୭ ହଜାର ୧୪୯ କୁ ବୃଦ୍ଧି ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଗୁରୁବାର ପ୍ରକାଶ କରିଛନ୍ତି।

ଏଥିସହିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୪୬୧ କୁ ବୃଦ୍ଧି ପାଇଛି। ଆଜି ୯ ଜଣଙ୍କର ମୃତ୍ୟୁ ଘଟିଛି, ଏଥିରେ ପୂର୍ବର ରିପୋର୍ଟ୍ ମିଶିଛି। କେରଳରୁ ସର୍ବାଧିକ ୫ଜଣ ଅଛନ୍ତି।
ଗୁରୁବାରର ତଥ୍ୟ ଅନୁଯାୟୀ ୨୪ଘଣ୍ଟା ମଧ୍ୟରେ ସକ୍ରିୟ ମାମଲା ୧୬ ହଜାର ୯୮ କୁ ହ୍ରାସ ପାଇଛି। ସକ୍ରିୟ ମାମଲା ଭାରତରେ ମୋଟ ସଂକ୍ରମଣର ୦.୦୪ ପ୍ରତିଶତ ଅଟେ। ଜାତୀୟ ପୁନରୁଦ୍ଧାର ହାର ୯୮.୭୮ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସରକାର କହିଛନ୍ତି।

Read Also
- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

- Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

