ରାଜ୍ୟରେ ଆଜି ୩୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ହେଲେ ୧,୧୮,୬୪୨ ଜଣ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩,୩୬୩ ଜଣ କରୋନା (Covid 19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୧୮ ହଜାର ୬୪୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୮୦୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୩୪୮ ଜଣ,ପୁରୀରୁ ୨୮୦ଜଣ, ମୟୁରଭଞ୍ଜରୁ ୨୦୬ ଜଣ,ବରଗଡ଼ରୁ ୧୧୬ ଜଣ, ରାୟଗଡାରୁ ୧୭୩  ଜଣ, ଗଞ୍ଜାମ ଜିଲ୍ଲାରୁ ୧୧୦ ଜଣ, କେଉଁଝରରୁ ୫୧ ଜଣ, ଯାଜପୁରରୁ୪୦ ଜଣ, କୋରାପୁଟରୁ ୭୧ ଜଣ ଲେଖାଏଁ, ଝାରସୁଗୁଡାରୁ ୧୧୯ ଜଣ, ନବରଙ୍ଗପୁରରୁ ୨୪ ଜଣ , ନୂଆପଡ଼ାରୁ ୧୭ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୧୨୦ ଜଣ ,ସମ୍ବଲପୁରରୁ ୬୬ ଜଣ, ଢେଙ୍କାନାଳରୁ ୨୫ ଜଣ,ଅନୁଗୋଳରୁ ୨୮  ଜଣ, କେନ୍ଦ୍ରାପଡାରୁ ୪୪ ଜଣ, ଜଗତସିଂପୁରରୁ ୩୧ ଜଣ, ଭଦ୍ରକରୁ ୧୪୪ ଜଣ, ସୋନପୁରରୁ ୮୭ ଜଣ, ନୟାଗଡରୁ ୫୮ ଜଣ, ବାଲେଶ୍ଵରରୁ ୬୬ ଜଣ  ,ବଲାଙ୍ଗୀରରୁ ୩୯ ଜଣ, କନ୍ଧମାଳରୁ ୮୫ ଜଣ, ମାଲକାନଗିରି ଜିଲ୍ଲାରୁ ୨୨ ଜଣ, ଗଜପତିରୁ ୨୯ ଜଣ, କଳାହାଣ୍ଡିରୁ ୮୯ ଜଣ, ବୌଦ୍ଧରୁ ୬୫ ଜଣଏବଂ ଦେଓଗଡରୁ ୪ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଓଡ଼ିଶାରେ ଆଜି କରୋନାରେ ୧୦ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା  ୬୨୬ କୁ ବୃଦ୍ଧି ହୋଇଛି।  

Also Read:

ରଘୁବଂଶ ପ୍ରସାଦ ସିଂଙ୍କ ଶେଷ ଚିଠିରେ ଥିବା ଭାବନାକୁ ପୂରଣ କରାଯିବ:ପ୍ରଧାନମନ୍ତ୍ରୀ ମୋଦୀ, ଚିଠିରେ ସେ ଲେଖିଥିଲେ କଣ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣିଥରେ AIIMS ରେ ଭର୍ତ୍ତି

Share this: