ଓଡ଼ିଶାରେ ଆଜି ପୁଣି ୩୭୪୮ କରୋନା ପଜିଟିଭ ଚିହ୍ନଟ, ମୋଟ ୧,୩୫,୧୩୦ ଚିହ୍ନଟ
ଭୁବନେଶ୍ଵର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୩ ହଜାର ୭୪୮ କରୋନା (Covid-19) ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine)ରୁ ୨ହଜାର ୨୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୫୩୮ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ଟି ଜିଲାରୁ କୋଭିଡ଼-୧୯(Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୧୫ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୭୧ ଜଣ, କଟକରୁ ୩୯୨ ଜଣ, କନ୍ଧମାଳ ଜିଲ୍ଲାରୁ ୮୫ ଜଣ, କୋରାପୁଟରୁ ୯୭ ଜଣ, କେନ୍ଦ୍ରାପଡ଼ାରୁ ୧୧୬ ଜଣ, କେଉଁଝରରୁ ୬୩ ଜଣ ଓ କଳାହାଣ୍ଡିରୁ ୩୮ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୭୯ଜଣ , ସୁନ୍ଦରଗଡ଼ରୁ ୧୫୭ ଜଣ ଓ ସୋନପୁର ଜିଲ୍ଲାରୁ ୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୪୦ ଜଣ, ଜଗତସିଂହପୁରରୁ ୯୪ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୭୦ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୯୨ ଜଣ, ବାଲେଶ୍ଵରରୁ ୧୦୩ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୬୩ ଜଣ, ବୌଦ୍ଧରୁ ୫୮ ଜଣ ଏବଂ ଭଦ୍ରକରୁ ୪୬ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୩୩ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୩୮୭ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୬୯ ଜଣ, ନବରଙ୍ଗପୁରରୁ ୧୨୧ ଜଣ ଓ ନୂଆପଡ଼ାରୁ ୧୦୭ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୬୫ ଜଣ, ଦେଓଗଡରୁ ୨୪ ଜଣ, ରାୟଗଡାରୁ ୮୨ ଜଣ, ଅନୁଗୋଳରୁ ୫୭ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୨୧ ଜଣ ଏବଂ ମାଲକାନଗିରିରୁ ୨୧ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ସ୍ଟେଟ ପୁଲ (State Pool) ରୁ ୧୭୬ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୨ ଲକ୍ଷ ୨୬ ହଜାର ୪୩୬ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୩୫ ହଜାର ୧୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୨ ହଜାର ୧୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨ହଜାର ୩୧୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Also Read :
IPL2020 କାର୍ଯ୍ୟସୂଚୀ ଜାରି,ପ୍ରଥମ ମୁକାବିଲା ସିଏସକେ vs ମୁମ୍ବାଇ ଇଣ୍ଡିଆନ୍ସ
Pingback: ରାଜ୍ୟରେ ଆଜି ୩୧୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ୫୮୦ ମୃତ : MAHIMALIVE
Pingback: ଅନୁଗୋଳ ଜିଲ୍ଲାରେ ଆଜି ୧୦୯ କାରୋନା ପଜିଟିଭ ଚିହ୍ନଟ,ମୋଟ ୧୫୦୩ : MAHIMALIVE