ନୋବେଲ ଶାନ୍ତି ପୁରସ୍କାର ପାଇଁ ଡୋନାଲ୍ଡ ଟ୍ରମ୍ପ ନୋମିନେଟ

Share this:

ଓସଲୋ: ଇସ୍ରାଏଲ (Israel) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ସାହାଯ୍ୟ କରିଥିବାରୁ ନରୱେର ଜଣେ ସାଂସଦ ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କୁ ୨୦୨୧ ମସିହାରେ ନୋବେଲ ଶାନ୍ତି (Nobel Peace Prize) ପୁରସ୍କାର ପାଇଁ ନୋମିନେଟ କରିଛନ୍ତି।

ନରୱେ ସଂସଦର ନିୟମ ପ୍ରଣୟନକାରୀ ଖ୍ରୀଷ୍ଟିଆନ ତାଇବ୍ରିଙ୍ଗ (Christian Tybring) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ୟୁଏଇ-ଇସ୍ରାଏଲ ମଧ୍ୟରେ ଶାନ୍ତି ସମାଧାନ ପାଇଁ ସହଯୋଗ କରିଥିବାରୁ ତାଙ୍କୁ ମନୋନୀତ କରାଯାଇଛି। ସୂଚନାଯୋଗ୍ୟ ଟାଇବ୍ରିଙ୍ଗ ନରୱେ ସଂସଦର ଚାରିଥର ସଦସ୍ୟ ଏବଂ ନାଟୋର ସଂସଦ ସଭାର ଏକ ଅଂଶ। ୟୁଏଇ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଟ୍ରମ୍ପଙ୍କୁ ଶ୍ରେୟ ଦେଇଛନ୍ତି।

ସେ ଫକ୍ସ ନ୍ୟୁଜକୁ କହିଛନ୍ତି ଯେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅନ୍ୟମାନଙ୍କ ତୁଳନାରେ ଟ୍ରମ୍ପ ଦେଶଦେଶ  ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଛନ୍ତି। ଟ୍ରମ୍ପଙ୍କ ପାଇଁ ନାମାଙ୍କନ ପତ୍ରରେ ଟାଇବ୍ରିଙ୍ଗ ଲେଖିଛନ୍ତି ଯେ ଆଶା କରାଯାଉଛି ଯେ ଅନ୍ୟ ମଧ୍ୟ-ପୂର୍ବ (Middle –East )ଦେଶଗୁଡିକ ସଂଯୁକ୍ତ ଆରବ ଏମିରେଟ୍ସର ପଥକୁ ଅନୁସରଣ କରିବେ।

Read Also: କମଲା ହ୍ୟାରିସଙ୍କ ଅପେକ୍ଷା ମୋ ସହିତ ଅଧିକ ଭାରତୀୟ ଅଛନ୍ତି: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ସୂଚନାଯୋଗ୍ୟ ଅଗଷ୍ଟ ମାସରେ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଇସ୍ରାଏଲ ଏକ ଐତିହାସିକ ଚୁକ୍ତି କରିଥିଲେ, ଯାହାକି ଦଶନ୍ଧି ପୁରୁଣା ପ୍ରତିଦ୍ୱନ୍ଦ୍ୱିତାକୁ ଉଭୟ ଦେଶ ଭୁଲି ଯାଇଥିଲେ। ଏହି ଚୁକ୍ତିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ଚୁକ୍ତିନାମା ଅନୁଯାୟୀ, ପାଲେଷ୍ଟାଇନର ପଶ୍ଚିମ ଅଞ୍ଚଳକୁ ଇସ୍ରାଏଲ୍ ଏହାର ଦାବି ଛାଡିବାକୁ ରାଜି ହୋଇଛି। ଏହା ସହିତ ୟୁଏଇ ଇସ୍ରାଏଲ ସହିତ ସମ୍ପୂର୍ଣ୍ଣ କୂଟନୈତିକ ସମ୍ପର୍କକୁ ପୁନଃସ୍ଥାପିତ କରିବାକୁ ରାଜି ହୋଇଥିଲା ଏବଂ ଏହା କରିବାରେ  ପ୍ରଥମ ଗଲ୍ଫ (Gulf)ଦେଶ ହୋଇଛି।

ନୋବେଲ ଶାନ୍ତି ପୁରସ୍କାର ପାଇଁ ସଂସଦ ଏବଂ ସରକାରର ସଦସ୍ୟ, ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଅତୀତର ବିଜେତା ସମେତ ହଜାର ହଜାର ଲୋକ ପ୍ରାର୍ଥୀ ଚୟନ କରିବାକୁ ଯୋଗ୍ୟ ଅଟନ୍ତି।

Also Read:

ଆମେରିକାର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ ମୂଳନିବାସୀ କମଲା ହ୍ୟାରିସ ଭାରତ ପାଇଁ କେତେ ଉପଯୋଗୀ!

ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କ ନାମରେ ମାଗୁଛନ୍ତି ଭୋଟ

Share this: