Odisha Covid:ଆଜି ଓଡ଼ିଶାରୁ ୨୦୭୪ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୨ହଜାର ୭୪ଜଣ କରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୧୯୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୮୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୪୩ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୫୯ଜଣ, ବାଲେଶ୍ଵରରୁ ୧୧୫ଜଣ, ବରଗଡ଼ରୁ ୩୮ଜଣ, ଭଦ୍ରକରୁ ୧୧୦ଜଣ, ବଲାଙ୍ଗୀରିରୁ ୧୭ଜଣ, ବୌଦ୍ଧରୁ ୧୨ଜଣ, କଟକରୁ ୨୮୩ଜଣ, ଦେଓଗଡ଼ରୁ ୩ଜଣ, ଢେଙ୍କାନାଳରୁ ୬୧ଜଣ, ଗଜପତିରୁ ୩ଜଣ, ଗଞ୍ଜାମରୁ ୫ଜଣ, ଜଗତସିଂପୁରରୁ ୯୯ଜଣ, ଯାଜପୁରରୁ ୧୨୦ଜଣ, ଝାରସୁଗୁଡାରୁ ୫ଜଣ, କଳାହାଣ୍ଡିରୁ ୫ଜଣ, କନ୍ଧମାଳରୁ ୧୯ଜଣ, କେନ୍ଦ୍ରାପଡ଼ାରୁ ୫୮ଜଣ, କେଉଁଝରରୁ ୪୯ଜଣ,  କୋରାପୁଟରୁ ୧୦ଜଣ, ମାଲକାନଗିରିରୁ ୪୭ଜଣ, ମୟୁରଭଞ୍ଜରୁ ୧୧୫ଜଣ, ନବରଙ୍ଗପୁରରୁ ୧୦ଜଣ, ନୟାଗଡ଼ରୁ ୫୮ଜଣ, ନୂଆପଡ଼ାରୁ ୪ଜଣ, ପୁରୀରୁ ୧୩୩ଜଣ, ରାୟଗଡାରୁ ୧୬ଜଣ, ସମ୍ବଲପୁରରୁ ୩୦ଜଣ, ସୋନପୁରରୁ ୯ଜଣ, ସୁନ୍ଦରଗଡରୁ ୫୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୫ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୭ ଲକ୍ଷ ୭୨ ହଜାର ୯୩୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୪୫ ହଜାର ୭୪୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ହଜାର ୬୪୧ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୧୮ହଜାର ୪୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୮୬୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Online News Media ଆଉ ପ୍ରଚାର କରିପାରିବେନି ମିଛ ଓ ଗୁଜବ ଖବର, Facebook ଏବଂ Google ରେ

Share this: