Dhenkanal: ଆଜି ଢେଙ୍କାନାଳ ଜିଲ୍ଲାରୁ ୬୨ଜଣ covid ପଜିଟିଭ ଚିହ୍ନଟ,ମୋଟ ମୃତ୍ୟୁ ସଂଖ୍ୟା ୧୦୦

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରେ କେବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି ପୁଣି କେବେ ବଢୁଛି। ଜିଲ୍ଲାରୁ ଆଉ ନୂଆ ୬୨ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୫୭ ଏବଂ ହସ୍ପିଟାଲରୁ ୪ଜଣ ଚିହ୍ନଟ ଅଛନ୍ତି। ସେହିପରି ଜିଲ୍ଲାରୁ ଆଜି ୨ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦୁଦରକୋଟ, ନାଉକିଆରୀ, ହାତୁରା, ଠେଙ୍ଗା ଏବଂ ଚିତଲପୁରରୁ ୨ଜଣ ଥିବାବେଳେ ଗୁଆଗରିଆ, ବାବନ୍ଧ, ମାଧପୁର ଏବଂ ବିଲେଇଖଳିରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ୨ଜଣ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ୧୨ଜଣ ଚିହ୍ନଟଙ୍କ ମଧ୍ୟରୁ ବଦାଳୁରୁ ୨ଜଣ ଥିବାବେଳେ ହିନ୍ଦୋଳରୋଡ଼, ଗୁଡିଆକାଟେଣି, କାଣ୍ଡବିନ୍ଧା, ଗୁଣଦେଇ, ରସାସିଂହା,ପୋଡପଡା, ବଳରାମପ୍ରସାଦ, ଖୁଣ୍ଟିଝରି, ମାହାଦିଆ ଏବଂ ଇନ୍ଦିପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ମିନାବଜାରରୁ ୨ଜଣ ଥିବାବେଳେ ସିମିଳିଆ, କାଞ୍ଚନବଜାର, ହାଉସିଂବୋର୍ଡ, ବୋରପଦା, ଦକ୍ଷିଣକାଳୀ  ଏବଂ କୁଞ୍ଜକାନ୍ତରୁ ଜଣେ ଲେଖାଏଁ ଅଛନ୍ତି।

ପର୍ଜଙ୍ଗ ବ୍ଲକ (Parjang Block) ବଡ଼ଝରାରୁ ୭ଜଣ ଚିହ୍ନଟ ହୋଇଛନ୍ତି। ସଦର ବ୍ଲକ (Sadar Block) ରୁ ୬ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବେବର୍ତ୍ତକାଟେଣିରୁ ୨ଜଣ ଥିବାବେଳେ ଚାଉଳିଆଖମାର, ହରିଡାପଶି, ଭାପୁର ଏବଂ ନାଗିଆପଶିରୁ ଜଣେ ଲେଖାଏଁ ଅଛନ୍ତି। ଗଁଦିଆ ବ୍ଲକ ମଧ୍ୟରୁ ୩ଜଣ ଚିହ୍ନଟ ହୋଇଛନ୍ତି। କହନକରା, ଗଁଦିଆ ଏବଂ ଖାଙ୍କିରାରୁ ଜଣେ ଲେଖାଏଁ ଅଛନ୍ତି।

ଭୁବନ ବ୍ଲକରୁ ୩ଜଣ ଚିହ୍ନଟଙ୍କ ମଧ୍ୟରୁ ଜିରାଳ, ମୁରଡଙ୍ଗା ଏବଂ ମହୁଲପାଳରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ରୁ ୨ଜଣ, କାମାକ୍ଷାନଗର ବ୍ଲକ (Kamakhya Nagar Block) ରୁ ୩ଜଣଙ୍କ ମଧ୍ୟରୁ ସାରୁଳି, ଖଟଖୁରା ଏବଂ ଜୟପୁରକାଟେଣିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କଙ୍କଡାହାଡ ବ୍ଲକରୁ ୨ଜଣଙ୍କ ମଧ୍ୟରୁ ତମପେଇ ଏବଂ ରାହାଣୀରୁ ଜଣେ ଲେଖାଏଁ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୪୭୪ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୫୮ହଜାର ୬୪୧ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୨୩୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୮୪ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୪୨୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୧୧ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ୨ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଛି।

[amazon_auto_links id=”10233″]

Also Read | Puri Ratha Yatra: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ

Share this: