Odisha Covid-19: ଓଡ଼ିଶାରେ ପୁଣି ବଢିଲା କରୋନା; ଆଜି ୮୬୮ ନୂଆ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଗତ କିଛିଦିନ ଧରି ଲଗାତାର ନୂଆ କରୋନା ସଂକ୍ରମିତ ସଂଖ୍ୟା କମୁଥିଲା। କିନ୍ତୁ ପୁଣି ଆଜି ୮୬୮ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୬୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୦୨ ଜଣ, ଅନୁଗୋଳରୁ ୪୧ ଜଣ, ଗଞ୍ଜାମରୁ ୨୫ ଜଣ, କଟକରୁ ୬୫ ଜଣ, କନ୍ଧମାଳ ଜିଲ୍ଲାରୁ ୧୦ ଜଣ, କୋରାପୁଟରୁ ୧୫ ଜଣ, କେନ୍ଦ୍ରାପଡ଼ାରୁ ୩୯ ଜଣ, କେଉଁଝରରୁ ୧୯ ଜଣ ଓ କଳାହାଣ୍ଡିରୁ ୩୬ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୨୨ ଜଣ, ସୁନ୍ଦରଗଡ଼ରୁ ୮୨ ଜଣ ଓ ସୋନପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୩୧ ଜଣ, ଜଗତସିଂହପୁରରୁ ୩୮ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୨୨ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୨୬ ଜଣ, ବାଲେଶ୍ଵରରୁ ୫୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩୬ ଜଣ, ବୌଦ୍ଧରୁ ୪ ଜଣ ଏବଂ ଭଦ୍ରକରୁ ୬ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ଜଣେ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୩୦ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୫ ଜଣ, ନବରଙ୍ଗପୁରରୁ ୧୨ ଜଣ ଓ ନୂଆପଡ଼ାରୁ ୩୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୧୫ ଜଣ, ଦେବଗଡ଼ରୁ ୯ ଜଣ, ରାୟଗଡାରୁ ୨୧ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୪୬ ଜଣ ଏବଂ ମାଲକାନଗିରିରୁ ୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୨୦ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୫୩ ଲକ୍ଷ ୭୬ ହଜାର ୩୯୩ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ  ୧୦ ହଜାର ୯୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩ ଲକ୍ଷ ୪୭୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ ହଜାର ୮୧୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read | Puri: ଭକ୍ତଙ୍କ ଦର୍ଶନ ବନ୍ଦ ରହିବାରୁ ଚଳିତ ବର୍ଷ ଶ୍ରୀମନ୍ଦିର ଆୟ କମିଛି

Share this: