Odisha Covid-19 Cases: ଆଜି ବଢିଛି ସଂକ୍ରମଣ, ରାଜ୍ୟରୁ ୩୯ ଚିହ୍ନଟ
ଭୁବନେଶ୍ଵର: Odisha Covid-19 Cases ଓଡିଶାରେ ଲଗାତାର ଭାବେ କମିଚାଲିଥିଲା କରୋନା ସଂକ୍ରମଣ। କିନ୍ତୁ ଆଜି ପୁଣି ଥରେ ଗତକାଲି ଅପେକ୍ଷା ଆଜି ବଢିଛି ସଙ୍କ୍ରମିତଙ୍କ ସଂଖ୍ୟା। ଗତକାଲି ଓଡ଼ିଶାରୁ ୨୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୩୯ଜଣ ସଂକ୍ରମିତ ଚିହ୍ନଟ (Odisha Covid-19 Cases) ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜ୍ୟରୁ ଚିହ୍ନଟଙ୍କ ମଧ୍ୟରେ ଅନଗୁଳରୁ ଜଣେ, ବରଗଡ଼ରୁ ୨ଜଣ ବଲାଙ୍ଗୀରିରୁ ଜଣେ ଚିହ୍ନଟ ହୋଇଥିବାବେଳେ କଟକରୁ ୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୬ଜଣ, ମୟୂରଭଞ୍ଜରୁ ଜଣେ ଚିହ୍ନଟ ହୋଇଛନ୍ତି। ଏଥିସହିତ ନୂଆପଡ଼ାରୁ ୨ଜଣ, ସମ୍ବଲପୁରରୁ ୫ଜଣ, ସୁନ୍ଦରଗଡରୁ ୧୩ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ଜଣେ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୭ ଲକ୍ଷ ୯୬ ହଜାର ୪୨୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୫ ହଜାର ୯୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୮ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୬ହଜାର ୩୩୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ବର୍ତ୍ତମାନ ବିଶ୍ଵରେ ଓମିକ୍ରନ୍ର ନୂଆ ସବ୍ ଭାରିଆଣ୍ଟ୍ ବିଏଫ.୭ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏହି ସବ୍ ଭାରିଆଣ୍ଟ୍ ବର୍ତ୍ତମାନ ଚାଇନାରେ ଦ୍ରୁତ ଗତିରେ ସଂକ୍ରମଣ ହୋଇଚାଲିଛି। ଯାହା ସାରା ବିଶ୍ଵ ସମେତ ଭାରତର ମଧ୍ୟ ଚିନ୍ତା ବଢିବାରେ ଲାଗିଛି। ଦେଶରେ ସ୍ଵାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମାସ୍କ୍ ପିନ୍ଧିବ ପାଇଁ ପରାମର୍ଶ ଦେଇଛନ୍ତି।

Read Also
- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

- Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

