ଓଡ଼ିଶାରେ ପୁଣି ୩୫୪୩ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର: ରାଜ୍ୟରେ ଆଜି ୩୫୪୩ କରୋନା (Covid-19) ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine)ରୁ ୨୧୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୩୮୨ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ଟି ଜିଲାରୁ କୋଭିଡ଼-୧୯(Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୭୮ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୧୦୨ ଜଣ, କଟକରୁ ୨୯୫ ଜଣ, କନ୍ଧମାଳ ଜିଲ୍ଲାରୁ ୩୮ ଜଣ, କୋରାପୁଟରୁ ୯୦ ଜଣ, କେନ୍ଦ୍ରାପଡ଼ାରୁ ୪୮ ଜଣ, କେଉଁଝରରୁ ୪୪ ଜଣ ଓ କଳାହାଣ୍ଡିରୁ ୩୭ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୮୩ ଜଣ , ସୁନ୍ଦରଗଡ଼ରୁ ୫୬ ଜଣ ଓ ସୋନପୁର ଜିଲ୍ଲାରୁ ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୨୦୬ ଜଣ, ଜଗତସିଂହପୁରରୁ ୮୫ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୮୭ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୨୭୪ ଜଣ, ବାଲେଶ୍ଵରରୁ ୧୫୩ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩୭ ଜଣ, ବୌଦ୍ଧରୁ ୬୭ ଜଣ ଏବଂ ଭଦ୍ରକରୁ ୫୦ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୨୯ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୬୧ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୩୪ ଜଣ, ନବରଙ୍ଗପୁରରୁ ୩୩ ଜଣ ଓ ନୂଆପଡ଼ାରୁ ୯୮ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୬୯ ଜଣ, ଦେଓଗଡରୁ ୪ ଜଣ, ରାୟଗଡାରୁ ୬୭ ଜଣ, ଅନୁଗୋଳରୁ ୬୮ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୩୨୬ ଜଣ ଏବଂ ମାଲକାନଗିରିରୁ ୨୫ ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୦ ଲକ୍ଷ ୪୮ହଜାର ୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୨୦ ହଜାର ୨୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୦ ହଜାର ୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ହଜାର ୨୯୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Also Read :
ଯଦି UPI ପେମେଣ୍ଟ ଉପରେ କୌଣସି ଚାର୍ଜ କଟିଛି,ତେବେ ବ୍ୟାଙ୍କ ଗ୍ରାହକଙ୍କୁ ଫେରସ୍ତ କରୁ: କେନ୍ଦ୍ର ସରକାରଙ୍କ ଆଦେଶ
ସାବଧାନ! ଆଧାର କାର୍ଡରେ ପୁରା ଜୀବନ କାଳରେ ଥରେ ମାତ୍ର ଏହି ଅପଡେଟ୍ କରିପାରିବେ
Pingback: ରାଜ୍ୟରେ ଆଜି ୩୪୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ଖୋର୍ଦ୍ଧାରୁ୯୫୧ : MAHIMALIVE