Odisha Corona Update: ପୁଣି ବଢିଲା କରୋନା ସଂକ୍ରମଣ, ଆଜି ୮୨ ଚିହ୍ନଟ
ଭୁବନେଶ୍ଵର: Odisha Corona Update Today ଓଡ଼ିଶାରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ପୁଣି ବଢିଛି। ଓଡ଼ିଶାରେ ଗତକାଲି ୬୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୮୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟଙ୍କ ମଧ୍ୟରେ ବାଲେଶ୍ଵରରୁ ଜଣେ, ବରଗଡ଼ରୁ ୩ଜଣ, ଭଦ୍ରକରୁ ଜଣେ, କଟକରୁ ୧୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗଡରୁ ୨ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୩ଜଣ, ଯାଜପୁରରୁ ୩ଜଣ, କଳାହାଣ୍ଡିରୁ ୨ଜଣ, କେଉଁଝରରୁ ୩ଜଣ, ଖୋର୍ଦ୍ଧାରୁ ୧୩ଜଣ, ମୟୂରଭଞ୍ଜରୁ ଜଣେ, ନବରଂଗପୁରରୁ ଜଣ, ନୟାଗଡରୁ ୨ଜଣ, ନୂଆପଡ଼ାରୁ ୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୧୧ଜଣ, ରାୟଗଡାରୁ ୨ଜଣ, ସମ୍ବଲପୁରରୁ ୩ଜଣ, ସୁନ୍ଦରଗଡରୁ ୧୪ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୩ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୬ ଲକ୍ଷ ୪୪ ହାଜର ୩୯୦ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୪ ହଜାର ୭୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୭୬ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୪ ହଜାର ୯୧୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୨୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
Read Also
- Subhadra Yojana Online Form Apply 2024: SHG ମହିଳା ସୁଭଦ୍ରା ଯୋଜନାରୁ ବାଦ!,ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ
- Naveen Patnaik: ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା
- Ayodhya Ram Mandir: ରାମ ମନ୍ଦିରକୁ ସବୁଠୁ ବଡ଼ ଦାନ; ଗୁଜରାଟର ଜଣେ ବ୍ୟକ୍ତିଙ୍କ ୧୦୧ କେଜି ସୁନା ଦାନ, ଜାଣନ୍ତୁ କିଏ
- Street Crime Helpline Number: ବଟି ଓ ପୂଜା ଚାନ୍ଦା କେହି ମାଗୁଛି କି?; କରନ୍ତୁ ଅଭିଯୋଗ,ଟୋଲ ଫ୍ରି ନମ୍ବର ଜାରି
- Odisha Covid-19 Guidelines 2023: ଓଡ଼ିଶାରେ ଆସିବ ନୂଆ କୋଭିଡ ଗାଇଡଲାଇନ, ଭାରତରେ ୧୫୯୦ ନୂଆ କରୋନା ପଜିଟିଭ ଚିହ୍ନଟ