ଏଥର ଗ୍ରାହକ ନିଜେ ନିଜର କରିପାରିବେ ମିଟର ରିଡିଂ, TPCODL MITRA ଆପ୍ ଲଞ୍ଚ

Share this:

ଭୁବନେଶ୍ୱର:ଗ୍ରାହକଙ୍କ ସୁବିଧା ପାଇଁ ଟାଟା ପାୱାର୍ ସେଣ୍ଟ୍ରାଲ୍ ଓଡିଶା ବିତରଣ ଲିମିଟେଡ୍ (TPCODL) ପକ୍ଷରୁ ସେଲ୍ଫ୍ ମିଟର ରିଡିଂ ଆପ୍ – ‘TPCODL MITRA’ ଲଞ୍ଚ କରିଛି। ଏହା ଗ୍ରାହକଙ୍କୁ ମିଟର ରିଡିଂ ସ୍କାନ୍ କରିବା ସହ ତୁରନ୍ତ ବିଲ୍ ତିଆରି କରିବ। ଏହା ଜରିଆରେ ଗ୍ରହକମାନଙ୍କ ଅନଲାଇନରେ ପେମେଣ୍ଟ କରିପାରିବେ। ଏହି ସେବା ପାଇବାପାଇଁ ଗ୍ରାହକମାନଙ୍କୁ ପ୍ରଥମେ ସେଲ୍ଫ ମିଟର ରିଡିଂ ପଂଜୀକରଣ କରିବାକୁ ପଡ଼ିବ। ଏହା ପରେ ଗ୍ରାହକମାନେ ନିଜର ସ୍ମାର୍ଟଫୋନକୁ ବ୍ୟବହାର କରି ମିଟରର ରିଡିଂ ଜାଣିପାରିବେ ଓ ଆପରେ ବିଲ୍ ସୃଷ୍ଟି କରିପାରିବେ।

ଥରେ ବିଲ୍ ସୃଷ୍ଟି ହୋଇଗଲେ, ଆପ୍ ମାଧ୍ୟମରେ ପେମେଣ୍ଟ ଅନଲାଇନରେ କରାଯାଇପାରିବ। ଗ୍ରାହକମାନେ ଚୋରି ସମସ୍ୟା ବିଷୟରେ ରିପୋର୍ଟ କରିପାରିବେ କିମ୍ବା ‘TPCODL MITRA’ ଆପ୍ ମାଧ୍ୟମରେ ପାୱାର୍ କଟ୍ ସୂଚନା ଗ୍ରହଣ କରିପାରିବେ।  

ଏହାର ଉନ୍ମୋଚନ ଅବସରରେ କମ୍ପାନିର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, କହିଛନ୍ତି ଯେ ସେଲ୍ଫ୍ ମିଟର ରିଡିଂ ଆପ୍ ଗ୍ରାହକଙ୍କୁ ଏହିପରି ମୂଲ୍ୟଯୁକ୍ତ ସେବା ସହିତ ସଶକ୍ତିକରଣ କରିବା ପାଇଁ ଆମର ପ୍ରୟାସର ଏକ ପ୍ରମାଣ ଅଟେ। ନିକଟ ଭବିଷ୍ୟତରେ ସେ ଅଧିକ ସେବା ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଚାଲିଥିବା କରୋନା ମହାମାରୀ ଯୋଗୁଁ ଲକଡାଉନ୍ କାରଣରୁ ସୀମିତ ଗତିବିଧି ଏବଂ TPCODL କର୍ମଚାରୀଙ୍କ ପାଇଁ ମିଟର ରିଡିଂ କରିବା ମଧ୍ୟ କଷ୍ଟସାଧ୍ୟ ହୋଇଥିଲା।

Also Read | Covid-19: ଆଜି ରାଜ୍ୟରୁ ଆଉ ୩୯ ଜଣଙ୍କ କରୋନାରେ ମୃତ୍ୟୁ

Share this:

Leave a Reply

Your email address will not be published. Required fields are marked *