ଅନୁଗୋଳ ଜିଲ୍ଲାରେ ଗଣେଶ ପୂଜାମଣ୍ଡପକୁ ଅନୁମତି ଦିଆଯିବ ନାହିଁ

Share this:

ଅନୁଗୋଳ:ଅନୁଗୋଳ ଜିଲ୍ଲାରେ ଗଣେଶ ପୂଜାମଣ୍ଡପକୁ ପ୍ରଶାସନ ଏଥର ଅନୁମତି ଦେବ ନାହିଁ। ମହାମାରୀ କରୋନା (COVID-19) ସଂକ୍ରମଣ ଯୋଗୁଁ ଜନସାଧାରଣଙ୍କ ଜୀବନ ସୁରକ୍ଷା ଆଧାରରେ ଚଳିତ ବର୍ଷ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା ଶ୍ରୀ ଗଣେଶଙ୍କୁ ପୂଜାମଣ୍ଡପରେ ପୂଜା କରିବାକୁ ପ୍ରଶାସନ ତରଫରୁ ଅନୁମତି ପ୍ରଦାନ କରାଯିବ ନାହିଁ। କେବଳ ନିଜ ଗୃହରେ ମାତ୍ର ୪ ରୁ ୫ ଜଣ ସଦସ୍ୟଙ୍କୁ ନେଇ କୋଭିଡ଼-୧୯ ନିର୍ଦ୍ଧେଶନାମା ଅନୁପାଳନ ମଧ୍ୟରେ ପୂଜା କରାଯାଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ନିର୍ଦେଶନାମା ଜାରି କରିଛନ୍ତି।

Share this: