ଢେଙ୍କାନାଳ ଜିଲ୍ଲାରେ ପୁଣି ୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୧୫ ସୁସ୍ଥ

Share this:

ଢେଙ୍କାନାଳ:ଆଜି ଢେଙ୍କାନାଳ ଜିଲ୍ଲାରେ ୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନ ଏନ.ଏ.ଏସି ରୁ ୧୩ଜଣ,ଭୁବନ ବ୍ଲକ୍ ରୁ ୨ଜଣ ସଦର ବ୍ଲକ୍ ରୁ ୪ଜଣ, ହିନ୍ଦୋଳ ବ୍ଲକ୍ ରୁ ୨ଜଣ, ଢେଙ୍କାନାଳ ମ୍ୟୁନିସିପାଲଟି ରୁ ୨ଜଣ , ଗଁଦିଆ ବ୍ଲକ୍ ରୁ ଜଣେ ଏବଂ ହିନ୍ଦୋଳ ଏନ.ଏ.ସି ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସଦରବ୍ଲକ ଆକ୍ରାନ୍ତଙ୍କ ମଧ୍ୟରୁ ବେଗୁନିଆପଡାରୁ ଜଣେ, ବାରଦାରୁ ଜଣେ, ମଧୁସାହୁ ପାଟଣାରୁ ଜଣେ, ଟଭାପାଳରୁ ଜଣେ ଥିବା ବେଳେ ଭୁବନ ବ୍ଲକ୍ ମଠକରଗୋଳାରୁ ଜଣେ ଏବଂ ଆଦିପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ହିନ୍ଦୋଳ ବ୍ଲକର ରଘୁନାଥପୁରରୁ ୨ଜଣ, ଢେଙ୍କାନାଳ ମ୍ୟୁନିସିପାଲଟିର ଦେଉଳସାହିରୁ ଜଣେ ଏବଂ କାଳିସାହିରୁ  ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି ୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ଜଣ ଆଣ୍ଟିଜେନ୍ ଟେଷ୍ଟ ଦ୍ଵାରା ଚିହ୍ନଟ ହୋଇଥିବା ବେଳେ ୫ଜଣ କଟକ ଏବଂ ଭୁବନେଶ୍ଵର ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଲକ୍ଷଣ ଅନୁଯାୟୀ ଢେଙ୍କାନାଳ କୋଭିଡ଼ ହସ୍ପିଟାଲ ଏବଂ ଗୋବିନ୍ଦପୁର କୋଭିଡ଼ହେଲଥ କେୟାରକୁ ପଠାଯାଇଥିବା ବେଳେ ସେମାନେ ରହୁଥିବା ଘର ଏବଂ ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି।

ଆଜି ଜିଲ୍ଲାରେ ଚିକିତ୍ସା ପରେ ୧୫ ଆକ୍ରାନ୍ତ ସୁସ୍ଥ ହୋଇଫେରିଛନ୍ତି, ଆଜି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୮୪କୁ ବୃଦ୍ଧି ପାଇଥିବା ବେଳେ ୬୫୦ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩୩ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Share this: