ଯଦି UPI ପେମେଣ୍ଟ ଉପରେ କୌଣସି ଚାର୍ଜ କଟିଛି,ତେବେ ବ୍ୟାଙ୍କ ଗ୍ରାହକଙ୍କୁ ଫେରସ୍ତ କରୁ: କେନ୍ଦ୍ର ସରକାରଙ୍କ ଆଦେଶ

Share this:

ନୂଆଦିଲ୍ଲୀ: ଆଜିକାଲି ୟୁପିଆଇର ବ୍ୟବହାର ବହୁତ ବଢିଛି। ବିଶେଷ କରି  ବର୍ତ୍ତମାନ କରୋନା କାଳରେ ଏହାର ବହୁତ ବ୍ୟବହାର ଲୋକେ କରିଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାର ରବିବାର ଦିନ ବ୍ୟାଙ୍କ ଉପରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୟୁପିଆଇ ଦେୟ ( Payment )ରେ ଚାର୍ଜ ଆଦାୟ ନକରିବାକୁ ବ୍ୟାଙ୍କଗୁଡିକ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ଯଦି ଜାନୁଆରୀ ୨ ପରେ ୟୁପିଇ ପେମେଣ୍ଟ ଉପରେ କୌଣସି ଚାର୍ଜ ବ୍ୟାଙ୍କ ନେଇଥାଏ  ତେବେ ଏହାକୁ ଗ୍ରାହକଙ୍କୁ ବ୍ୟାଙ୍କ ଫେରସ୍ତ କରିବା ଉଚିତ।

ସୂଚନଯୋଗ୍ୟ ଡିଜିଟାଲ କାରବାର (Digital Payments ) କୁ ପ୍ରୋତ୍ସାହିତ କରିବା ପାଇଁ ମୋଦୀ ସରକାର ଏକ ବଡ ଘୋଷଣା କରିଛନ୍ତି। ୧ ଜାନୁଆରୀ ୨୦୨୦  ରୁ ୟୁପିଆଇ (UPI) ଏବଂ ରୂପେ  ( RuPay ) କାର୍ଡ ସହିତ କାରବାରରେ  କୌଣସି ‘ବ୍ୟବସାୟୀ ରିହାତି ହାର’ (Merchant Discount Rate-MDR) ଶୁଳ୍କ ଲାଗିବ ନାହିଁ। ଏମଡିଆରର ଅର୍ଥ ହେଉଛି ଯେତେବେଳେ ଜଣେ ଗ୍ରାହକ ସେମାନଙ୍କ ଡେବିଟ୍ କାର୍ଡକୁ ବ୍ୟବସାୟୀଙ୍କ ପଏଣ୍ଟ-ଅଫ୍-ସେଲ (Point Of  Sale -POS) ଟର୍ମିନାଲ(Terminal )ରୁ ସ୍ୱାଇପ୍ କରନ୍ତି, ସେତେବେଳେ ବ୍ୟବସାୟୀଙ୍କୁ ସେମାନଙ୍କ ସେବା ପ୍ରଦାନକାରୀ (Service Provider )ଙ୍କୁ ଏକ ଦେୟ ଦେବାକୁ ପଡିବ, ଯାହାକୁ ଏମଡ଼ିଆର ଫି କୁହାଯାଏ। ଯଦି ବ୍ୟବସାୟର କାରବାର ୫୦ କୋଟିରୁ ଅଧିକ, ତେବେ ଏଥିରେ ଏହି ଦୁଇଟି ଡିଜିଟାଲ ପେମେଣ୍ଟର ବିକଳ୍ପ ରହିବା ଆବଶ୍ୟକ। ଏହା ମାଧ୍ୟମରେ, ସେମାନେ ଗ୍ରାହକଙ୍କଠାରୁ କୌଣସି ଏମଡ଼ିଆର (MDR) ଶୁଳ୍କ ଦେବେ ନାହିଁ ।

ସୂଚନାଯୋଗ୍ୟ ଯେ ବଜେଟ୍ ( Budget ) ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହା ବଜେଟ୍ ୨୦୧୯ ରେ ଘୋଷଣା କରାଯାଇଛି, ଯାହା ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି। ଏହାପୂର୍ବରୁ, ଆରବିଆଇ (RBI) ର ନିର୍ଦ୍ଦେଶ ଅନୁଯାୟୀ, ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦେୟ ଉପରେ କୌଣସି ଏମଡ଼ିଆର ଶୁଳ୍କ ଆଦାୟ କରାଯାଏ ନାହିଁ।

Also Read:

Share this: