Night Curfew: ରାଜ୍ୟର ସମସ୍ତ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ, ହେବ ସାପ୍ତାହିକ ସଟଡାଉନ; ଆନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ

Share this:

ଭୁବନେଶ୍ଵର: ଓଡ଼ିଶାରେ କୋଭିଡ୍ (Covid-19) ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ଜିଲାରେ ନାଇଟ୍‌ କର୍ଫ୍ୟୁ (Night Curfew) ଲାଗୁ କରାଯାଇଛି। ଏଥିସହିତ ଦଶଟି ଜିଲ୍ଲା ପାଇଁ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ସମସ୍ତେ ମାସ୍କ ପିନ୍ଧିବା ଏବଂ କରୋନା ନିୟମ କଡ଼ାକଡ଼ି ପାଳନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ଓଡ଼ିଶା ସୀମା ଛତିଶଗଡ଼ରେ ଥିବା ୧୦ଟି ଜିଲାରେ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି। ଏଥର ଏସବୁ ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ସେହିପରି ରାଜ୍ୟର ଅନ୍ୟ ୨୦ଟି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ହେବ। ଆସନ୍ତାକାଲିଠାରୁ ନାଇଟ୍‌ କର୍ଫ୍ୟୁ ନିୟମ ଲାଗୁ କରାଯିବ। ନାଇଟ୍‌ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦିଆଯିବ।  

ସେହିପରି କରୋନାର ଦ୍ରୁତ ସଂକ୍ରମଣକୁ ରୋକିବାକୁ ୧୦ ସୀମାନ୍ତବର୍ତ୍ତୀ ଜିଲ୍ଲାର ସହରାଞ୍ଚଳକୁ ସଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ରହିବ। ସପ୍ତାହର ଶେଷ ଦୁଇ ଦିନ ଶନି ଓ ରବିବାର ଉକ୍ତ ଜିଲ୍ଲାର ସହରାଞ୍ଚଳ ସଟଡାଉନ ରହିବ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି କଟକଣା ରହିବ।  ତେବେ ଗ୍ରାମାଞ୍ଚଳରେ ପୂର୍ବଭଳି ନିୟମ ଲାଗୁ ରହିବ।

PC_header2 amazon

କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ କଟକଣାକୁ ଆହୁରି କଡାକଡି କରିଛନ୍ତି। ଆସନ୍ତା ୧୯ରୁ  ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ଭିତରେ ପୂର୍ବଭଳି ବସ ଚଳାଚଳ ଚାଲୁ ରହିବ। ରାଜ୍ୟରେ ଚାଲୁଥିବା ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାଇପାରିବେ। ସିଟ୍ ଠାରୁ ଅଧିକ ଯାତ୍ରୀଙ୍କୁ ଛିଡା କରି ବସ ନେଇ ପାରିବେନି। ଏହା ନମାନିଲେ ବସଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ଅଟୋରିକ୍ସା ଓ ଟ୍ୟାକ୍ସି ଯାତାୟତ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏଥିରେ ସର୍ବାଧିକ ୨ ଜଣ ଯାତ୍ରୀ ଯାଇପାରିବେ। ଡ୍ରାଇଭରଙ୍କୁ ଛାଡି ଆଉ ମାତ୍ର ଦୁଇ ଜଣ ଯାତ୍ରୀ ଯାଇପାରିବେ। ତେବେ ମାଲବାହୀ ଗାଡ଼ି ଉପରେ କୌଣସି କଟକଣା ଲଗାଯାଇ ନାହିଁ।

[amazon_auto_links id=”10233″]

Also Read | Odisha Examination: ଓଡ଼ିଶା ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

Share this: