Diwali: ବିନ୍ଦୁସାଗରରେ ଏବର୍ଷ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ନିଷେଧ; ସାକ୍ଷୀଗୋପାଳରେ ଅଁଳା ନବମୀ ଦର୍ଶନକୁ ବନ୍ଦ
ଭୁବନେଶ୍ଵର: ଆସନ୍ତା କାଲି ଦୀପାବଳି (Diwali) ଅମାବାସ୍ୟା ଅବସରରେ ପୁରୀ ଶ୍ରୀମନ୍ଦିର (Puri Srimandir) ସମ୍ମୁଖ ସିଂହଦ୍ୱାର ନିକଟରେ କାଉଁରିଆ କାଠି ଜଳାଇ ବଡ଼ବଡ଼ିଆ ଡାକିବା ନିମନ୍ତେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ପ୍ରତିବର୍ଷ ପରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ପୟା ଶ୍ରାଦ୍ଧ ଦେବା ପରେ ସିଂହଦ୍ୱାରା ସମ୍ମୁଖସ୍ଥ ବଡ଼ଦାଣ୍ଡରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଥାନ୍ତି। ଧୂଆଁଯୋଗୁଁ ବାୟୁ ପ୍ରଦୁଷଣ ଏବଂ ଚଳିତ ଶୀତ ଋତୁରେ କରୋନା (Corona) ସଂକ୍ରମଣ ଅଧିକ ବୃଦ୍ଧି ପାଇବାର ଆଶଙ୍କ କରି ପ୍ରଶାସନ ପକ୍ଷରୁ ଏହି କଟକଣା ଲଗାଯାଇଛି।
ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର (Lingaraj Mandir) ର ସିଂହଦ୍ୱାର ଓ ବିନ୍ଦୁସାଗର କୂଳରେ ଚଳିତ ବର୍ଷ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ନିଷେଧ କରାଯାଇଛି। ଦୀପାବଳି ଦିନ ଶ୍ରାଦ୍ଧ ପକାଇବା ପାଇଁ ଲିଙ୍ଗରାଜ ମନ୍ଦିର ଏବଂ ବିନ୍ଦୁସାଗରରେ ପ୍ରତିବର୍ଷ ପ୍ରବଳ ଭିଡ ହୋଇଥାଏ। ଚଳିତବର୍ଷ କରୋନା କଟକଣା ଯୋଗୁଁ ଭୁବନେଶ୍ୱର ମହାନଗର ନିଗମ (BMC) ଭିଡ ଏଡାଇ ବା ପାଇଁ ଏହି ନିଷ୍ପତି ନେଇଛି।
ଚଳିତ ବର୍ଷ କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସାକ୍ଷୀଗୋପାଳରେ ଅଁଳା ନବମୀ ଦର୍ଶନକୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରଖାଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଉପଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସତ୍ୟବାଦୀ ଗୋପୀନାଥ ଦେବ ଟ୍ରଷ୍ଟବୋର୍ଡର କର୍ମକର୍ତ୍ତା, ସ୍ଥାନୀୟ ତହସିଲଦାର ଏବଂ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ଏହା କହିଛନ୍ତି। ବିଶେଷ କରି ଅଁଳା ନବମୀ ତିଥିରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ପ୍ରତିବର୍ଷ ଶ୍ରଦ୍ଧାଳୁ, ଭକ୍ତମାନେ ଧାଡିରେ ଯାଇ ଶ୍ରୀଗୋପୀନାଥଙ୍କ ସହ ରାଧାପାଦ ଦର୍ଶନ କରିଥାନ୍ତି।
[masterslider id=”2″]
Also Read | Corona Virus: ଭାରତରେ କରୋନା ଭୂତାଣୁ ଆରୋଗ୍ୟ ହାର ୯୩ ପ୍ରତିଶତ