ଆଜି ରାଜ୍ୟ ରେ ସୁସ୍ଥ ହେଲେ ୪୪୦ କରୋନା ଆକ୍ରାନ୍ତ

Share this:

ରାଜ୍ୟରେ ଆଜି  ଆଉ ୪୪୦ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩ ହଜାର ୭୪୯ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ରୁ ୮୩ ଜଣ,ଗଞ୍ଜାମ ଜିଲ୍ଲା ରୁ ୬୮ ଜଣ , ବାଲେଶ୍ଵର ୪୯ ଜଣ,  ମାଲକାନଗିରି ରୁ ୪୦ ଜଣ, ଜଗତସିଂପୁର ରୁ୨୩ ଜଣ, ଭଦ୍ରକ  ରୁ ୨୧ , ମୟୁରଭଞ୍ଜ ଜିଲ୍ଲାରୁ ୨୦ଜଣ , କୋରାପୁଟ ରୁ୧୮ ଜଣ, ପୁରୀ ରୁ ୧୭ ଜଣ ସୁସ୍ଥ ହୋଇଛନ୍ତି। ଝାରସୁଗୁଡା,କେଉଁଝର ଓ ନବରଙ୍ଗପୁର ୧୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। କଟକ ରୁ ୧୧ ଜଣ,ବରଗଡ଼ ରୁ ୧୦ ଜଣ,ଯାଜପୁର ଓ ଅନଗୁଳ ରୁ ୯ ଜଣ ଲେଖାଏଁ ,କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ ରୁ ୬ ଜଣ ଲେଖାଏଁ ବଲାଙ୍ଗୀର ଓ ସମ୍ବଲପୁର ରୁ ୫ ଜଣ ଲେଖାଏଁ ,ନୟାଗଡ ରୁ ୪ ଜଣ ସୁସ୍ଥ ହୋଇଛନ୍ତି।

Share this: