New Corona Cases Odisha: ୨୩ ଜିଲ୍ଲାକୁ ବ୍ୟାପିଲା କରୋନା, ଆଜି ରାଜ୍ୟରୁ ୬୮ ଚିହ୍ନଟ

coorna
Share this:

ଭୁବନେଶ୍ଵର: New Corona Cases odisha Latest Updates ଓଡ଼ିଶାର ୨୩ଜିଲ୍ଲାକୁ ଛୁଇଛି କରୋନା। ଗତକାଲି ଓଡ଼ିଶାରୁ ୬୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରବିବାର ୬୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୪ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ୨୨୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ଵରରୁ ୨ଜଣ, କଟକରୁ ୬ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ଜଣେ, ଯାଜପୁରରୁ ଜଣେ, କୋରାପୁଟରୁ ଜଣେ, ନୟାଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୩ଜଣ, ସୁନ୍ଦରଗଡରୁ ୧୧ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୯ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୦ଲକ୍ଷ ୩୪ହଜାର ୨୨୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୯ ହଜାର ୨୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୭ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୯ ହଜାର ୬୪୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୩୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this:

Leave a Reply

Your email address will not be published. Required fields are marked *