ଥମିବାର ନା ନେଉନି କରୋନା, ରାଜ୍ୟରେ ରେକର୍ଡ ସଂଖ୍ୟକ ୧୦୭୮ କରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ ଆଜି ୧୦୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୭୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୭୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୧୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ ୫୭ ଜଣ ଓ ରାୟଗଡା ଜିଲ୍ଲା ରୁ ରେକର୍ଡ ସଂଖ୍ୟକ ୯୬ ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳ ମୟୂରଭଞ୍ଜ ରୁ ୧୩ ଜଣ ଲେଖାଏଁ ଏବଂ କୋରାପୁଟ ଓ କଳାହାଣ୍ଡି ରୁ ୧୫ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୨୯ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୨୦ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ ରୁ ୨୬ ଜଣ,କେଉଁଝର ରୁ ୧୬ ଜଣ ,ଝାରସୁଗୁଡା ଜିଲ୍ଲାରୁ ୩୪ଜଣ ସଂକ୍ରମିତ ହୋଇଛନ୍ତି। ଜଗତସିଂହପୁର ରୁ ୩୫,ବାଲେଶ୍ଵର ଓ ସୋନପୁର ଜିଲ୍ଲା ରୁ ୧୦ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ମାଲକାନଗିରି ଜିଲାରୁ ୬୬ ଜଣ, ଗଜପତି ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୪ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ପୁରୀ ରୁ ୨୮ ଜଣ , ସମ୍ବଲପୁର ରୁ ୨୦ ଜଣ ,ନବରଙ୍ଗପୁର ରୁ ୧୭ ଜଣ ସଂକ୍ରମିତ ହୋଇଛନ୍ତି। ବଲାଙ୍ଗୀରି ରୁ ୬ ଜଣ ,ନୟାଗଡ ରୁ ୫ ଜଣ,ବୌଦ୍ଧ ରୁ ୩ ଜଣ ,ଢେଙ୍କାନାଳ ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪ ଲକ୍ଷ ୧୦ ହଜାର ୯୨୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୯,୮୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ଛନ୍ତି। ୧୩ ହଜାର ୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ ହଜାର ୩୮୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।