Navratri 2020 Day 5: ଆଜି ମା’ ସ୍କନ୍ଦମାତାଙ୍କ ପୂଜା

Share this:

ପଞ୍ଚମ ଦିନ ପବିତ୍ର ନବରାତ୍ରୀରେ ମା’ ସ୍କନ୍ଦମାତାଙ୍କୁ ପୂଜା କରାଯାଏ। ସ୍କନ୍ଦକୁମାର ହେଉଛନ୍ତି ତାଙ୍କ ପୁଅ। ଆଜି ଦିନଟି ହେଉଛି ନବରାତ୍ରୀର ମାତୃ ଦିବସ। ଭଗବାନ ଶଙ୍କରଙ୍କ ମହାଶକ୍ତି ଏବଂ ସ୍ତ୍ରୀ ପାର୍ବତୀ ହେଉଛନ୍ତି ସ୍କନ୍ଦମାତା। ମା’ ସମସ୍ତ ଇଚ୍ଛା ପୂରଣ କରନ୍ତି ଏବଂ ଭକ୍ତମାନଙ୍କୁ ଅଭୟ ଏବଂ ଶୁଭକାମନା ପ୍ରଦାନ କରନ୍ତି। ସେଥିପାଇଁ କୁହାଯାଏ ଭଗବାନ ଶଙ୍କରଙ୍କୁ ପୂଜା କରିବା ପୂର୍ବ ରୁ ମା’ ସ୍କନ୍ଦମାତାଙ୍କୁ ସ୍ମରଣ କରିବା ଉଚିତ।

Also Read|ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କଲେ କଣ କଣ ମିଳିଥାଏ..

ଦେବୀଙ୍କର ଏହି ରୂପ ଅପରୂପ ଅଟେ। ଶାସ୍ତ୍ର ଅନୁଯାୟୀ, ତାରାକୁସୁର ଏକ ଅସୁରା ଥିଲା। ସେ ଅମର ହେବାକୁ କଠିନ ତପସ୍ୟା କରିଥିଲା। ଭଗବାନ ବ୍ରହ୍ମା ଅସୁରର ତପସ୍ୟାରେ ଖୁସି ହୋଇ ତାକୁ ବରଦାନ ମାଗିବାକୁ କହିଲେ। ତାରାକାସୁର ବରଦାନ ସ୍ଵରୂପେ ଅମର ହେବା ପାଇଁ ମାଗିଲା। ଭଗବାନ ବ୍ରହ୍ମା କହିଲେ ଯେ ଏହି ଜଗତକୁ ଯେ ଜନ୍ମ ହୋଇଆସିଛି ତାର ମରଣ ମଧ୍ୟ ନିଶ୍ଚିନ୍ତ ଅଟେ, ଏହି ବରଦାନ ଦେବା ଅସମ୍ଭବ। ତାରକାସୁର ନିଜ ଜିଦ ଉପରେ ଦୃଢ ଭାବରେ ଠିଆ ହୋଇଥିଲେ।  ଭଗବାନ ବ୍ରହ୍ମା ମଧ୍ୟ ନିଜ ନିଷ୍ପତିରେ ଦୃଢ ହୋଇ ରହିଥିଲେ। ଶେଷରେ ତାରାକାସୁର କହିଲା ଭଗବାନ ଶଙ୍କରଙ୍କ ପୁତ୍ର ଦ୍ଵାରା ହିଁ  ମୋହର ମୃତ୍ୟୁ ହେଉ। ତାରକାସୁର ବହୁତ ଚତୁର ଥିଲା। ସେ ଭାଥିଲା ଯେ ଭଗବାନ ଶଙ୍କର କେବେବି ବିବାହ କରିବେ ନାହିଁ କିମ୍ବା ତାଙ୍କର ପୁଅ ହେବ ନାହିଁ ଏବଂ ସେ ମରିବ ନାହିଁ। ଏହା ଭାବି ସେ ଆତଙ୍କ ବିସ୍ତାର କଲା। ସମସ୍ତ ଦେବୀ ଦେବତା ଭଗବାନ ଶଙ୍କରଙ୍କୁ ବିବାହ ପାଇଁ ମନାଇବା ପାଇଁ ଯାଇଥିଲେ। ବହୁ କଷ୍ଟରେ ମନାଇବା ପରେ ପ୍ରଭୁ ଶଙ୍କର ବିବାହରେ ରାଜି ହୋଇଥିଲେ। ସେ ମାତା ପାର୍ବତୀଙ୍କୁ ବିବାହ କରିଥିଲେ। ଭଗବାନ ଶଙ୍କରଙ୍କ ପୁତ୍ର କାର୍ତ୍ତିକେୟ (ସ୍କନ୍ଦକୁମାର)ଙ୍କ ଦ୍ଵାରା ତାରକସୁରର ବଦ୍ଧ ହେଲା। ଦେବୀ ଭଗବତୀ ସ୍କନ୍ଦକୁମାରଙ୍କ ମା’ ହେତୁ ସେ ସ୍କନ୍ଦାମାତା ଭାବରେ ବିଖ୍ୟାତ ହେଲେ।

ଆଜି ଶ୍ରୀଦୁର୍ଗା ସପ୍ତଶତୀର ଏକାଦଶ ଅଧ୍ୟାୟ ପଢନ୍ତୁ। ଘରେ ତୁଳସୀ ଗଛ ଲଗାନ୍ତୁ। ଭଗବାନ୍ ଶଙ୍କରଙ୍କୁ ଜଳ ଅର୍ପଣ କରନ୍ତୁ। ପ୍ରାର୍ଥନା କରିବା ସମୟରେ ଦେବୀ ପାର୍ବତୀଙ୍କୁ ସ୍ମରଣ କରନ୍ତୁ।

ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କଲେ ଜୀବନରେ ସୁଖ ସମ୍ପଦ ଆସେ

ନବରାତ୍ରିର ପଞ୍ଚମ ଦିନରେ ମା’ ସ୍କନ୍ଦମାତାଙ୍କ ପୂଜା ସମୟରେ ନିମ୍ନଲିଖିତ ମନ୍ତ୍ର ଜପ କରିବା ଦ୍ୱାରା ମାତାଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ

ଯା ଦେବୀ ସର୍ବଭୁତେଷୁ ମା’ ସ୍କନ୍ଦମାତା ରୂପେଣ ସଂସ୍ଥିତା ।

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।।

Share this: