NITI Aayog: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦେବାପାଇଁ ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି

naveen patnaik
Share this:

ନୂଆଦିଲ୍ଲୀ: Odisha Chief Minister Naveen Patnaik put forward the demand for a ‘special focus’ status for his state at Governing Council meeting of NITI Aayog ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦେବାପାଇଁ ନିତି ଆୟୋଗ ବୈଠକରେ ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ବୈଠକ ରବିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦେଇ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‍ ରାଜ୍ୟ ମାନ୍ୟତା ଦେବାପାଇଁ ଦାବି କରିଛନ୍ତି। ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବି ର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏଥିସହ ବ୍ୟାଙ୍କିଂ, ଟେଲିକମ୍‍ ଓ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଆଦିବାସୀ ଓ କେଭିକେ ଜିଲ୍ଲାପାଇଁ ବଞ୍ଚିତ ହେଉଥିବା ଲୋକମାନଙ୍କ ପ୍ରତି ଅସାମଞ୍ଜସ୍ୟତା ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ବୈଠକରେ ଏଏସ୍‍ଆଇ ଓ ଏଏମ୍‍ଏସ୍‍ଏଆରର ରୂପାନ୍ତରଣ ଦାବି କରି ଏହାର ନ୍ୟାୟିକ ଓ ବୈଷୟିକ ଢାଞ୍ଚାରେ ପରିବର୍ତ୍ତନ କରାଯାଇପାରିଲେ କୋଣାର୍କ ଭଳି ଐତିହ୍ୟସ୍ଥଳିଗୁଡ଼ିକୁ ଅଧିକ ସୁରକ୍ଷା ଦିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Read Also | Odisha Weather Report: ରାଜ୍ୟରେ ଆଉ ୩ ଦିନ ପ୍ରବଳ ବର୍ଷା

[amazon_auto_links id=”9939″]

Share this:

Leave a Reply

Your email address will not be published.