NLEM 2022: ୩୮୪ ପ୍ରକାରର ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ହେବ କମ୍

Share this:

ନୂଆଦିଲ୍ଲୀ: NLEM 2022- National List of Essential Medicines ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସମସ୍ତଙ୍କୁ ଶସ୍ତାରେ ଔଷଧ (Medicine) ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ବିଭିନ୍ନ ପଦକ୍ଷେପ ନେଉଛି। ଏହି ଦିଗରେ, ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (NLEM) ସ୍ୱାସ୍ଥ୍ୟ ସେବାର ସମସ୍ତ ସ୍ତରରେ ଶସ୍ତା ଗୁଣବତା ସମ୍ପନ୍ନ ଔଷଧ ଗୁଡିକର ଲୋକଙ୍କ ନିକଟରେ ପହଞ୍ଚିବାକୁ ସୁନିଶ୍ଚିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହା କମ୍ ମୂଲ୍ୟର, ଗୁଣବତାପୂର୍ଣ୍ଣ ଔଷଧକୁ ପ୍ରୋତ୍ସାହିତ କରିବ ଏବଂ ନାଗରିକ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ହେବାକୁ ଥିବା ଖର୍ଚ୍ଚ କମ କରିବା କ୍ଷେତ୍ରରେ ଯୋଗଦାନ ଦେବ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଆଜି ଏହି ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା NLEM-୨୦୨୨ର ଶୁଭାରମ୍ଭ କରି ଏହି କଥା କହିଥିଲେ। ଏହି ତାଲିକାରେ ୩୪ଟି ଔଷଧକୁ ମିଶାଇ ୩୮୪ଟି ଔଷଧକୁ ସାମିଲ୍ କରା ଯାଇଛି, ପୂର୍ବ ତାଲିକାରୁ ୨୬ଟି ଔଷଧକୁ ବାଦ୍ ଦିଆ ଯାଇଛି। ଏହି ଔଷଧ ଗୁଡିକୁ ୨୭ଟି ଶ୍ରେଣୀରେ ବର୍ଗୀକୃତ କରାଯାଇଛି। 

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ଆବଶ୍ୟକ ଔଷଧ ଗୁଡ଼ିକ ହେଉଛି ତାହା, ଯାହା ଉପଚାରର ପ୍ରଭାବ, ସୁରକ୍ଷା, ଗୁଣବତା ଏବଂ ସମୁଦାୟ ଖର୍ଚ୍ଚର ଆଧାରରେ ପ୍ରାଥମିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆବଶ୍ୟକତା ଗୁଡିକୁ ପୂରଣ କରିଥାଏ। ଏନ୍‌ଏଲ୍‌ଇଏମ୍‌ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ତିନୋଟି ମହତ୍ୱପୂର୍ଣ୍ଣ ପଦକ୍ଷେପ ଅର୍ଥାତ୍ ଖର୍ଚ୍ଚ, ସୁରକ୍ଷା ଏବଂ ପ୍ରଭାବକୁ ବିଚାର କରି ଔଷଧ ଗୁଡିକର ଯୁକ୍ତିସଙ୍ଗତ ବ୍ୟବହାରକୁ ପ୍ରୋତ୍ସାହନ ଯୋଗାଇବା। ଏହା ସ୍ୱାସ୍ଥ୍ୟର ଯତ୍ନ ପାଇଁ ଆବଶ୍ୟକ ସମ୍ବଳ ଗୁଡିକ ତଥା ବଜେଟ୍‌ର ସର୍ବାଧିକ ବ୍ୟବହାରରେ ମଧ୍ୟ ସାହାଯ୍ୟ କରିଥାଏ; ଔଷଧ କ୍ରୟ କରିବାର ନୀତି ନିୟମ, ସ୍ୱାସ୍ଥ୍ୟ ବୀମା, ଅନୁମୋଦନ କରିବାର ଅଭ୍ୟାସରେ ଉନ୍ନତି; ୟୁଜି / ପିଜି ନିମନ୍ତେ ଚିକିତ୍ସା ଶିକ୍ଷା ଏବଂ ପ୍ରଶିକ୍ଷଣ; ଏବଂ ଫାର୍ମାସ୍ୟୁଟିକାଲ୍ ନୀତି ନିୟମ ଗୁଡିକ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏନ୍‌ଏଲ୍‌ଇଏମ୍‌ରେ, ଔଷଧ ଗୁଡିକୂ ସ୍ୱାସ୍ଥ୍ୟ ଯତ୍ନ ପ୍ରଣାଳୀର ସ୍ତର ଆଧାରରେ ବର୍ଗୀକୃତ କରା ଯାଇଥାଏ। ପି – ପ୍ରାଥମିକ: ଏସ୍ – ମାଧ୍ୟମିକ ଏବଂ ଟି – ଆନୁଷଙ୍ଗିକ।

ସଂଶୋଧିତ ଏନ୍‌ଏଲ୍‌ଇଏମ୍‌, ଯାହା ଦେଶକୁ ନିଜର ନାଗରିକ ମାନଙ୍କୁ ଶସ୍ତା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଦିଗରେ ଆଗକୁ ନେଇଯିବ, ତାହା ପାଇଁ ହିତଧାରକ ମାନଙ୍କୁ ଶୁଭେଚ୍ଛା ଜଣେଇ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାୱାର ରୋଗାଣୁରୋଧୀ ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା “ଏକ ବଡ଼ ଆହ୍ୱାନ ରୂପରେ ମୁଣ୍ଡ ଟେକୁଛି। ଆମର ବୈଜ୍ଞାନିକ ମାନଙ୍କ ପାଇଁ ଏବଂ ସାଧାରଣ ଲୋକଙ୍କ ପାଇଁ ଏହା ଏକ ବଡ ଆହ୍ୱାନ ଅଟେ ଏବଂ ଆମକୁ ଏଏମ୍‌ଆର୍ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। Click here know details

Read Also | Cyber Fraud Odisha: ପିଲା ପାଠପଢୁଥିବା ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ରଖନ୍ତୁ ନାହିଁ: ଆଇଟି ମନ୍ତ୍ରୀ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *