Arnab Goswami: ପୁରୁଣା ଆତ୍ମହତ୍ୟା ମାମଲାରେ ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସର ଗିରଫ

Share this:

ମୁମ୍ବାଇ: ପୁରୁଣା ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ରିପବ୍ଲିକ୍ ଟିଭି (Republic TV) ର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ (Arnab Goswami) ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୁମ୍ବାଇ ପୋଲିସ ଘରେ ପଶି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି। ଜଣେ ଇଣ୍ଟେରିୟର ଡିଜାଇନର୍ ଏବଂ ତାଙ୍କ ମା’ଙ୍କ  ୨୦୧୮ ଆତ୍ମହତ୍ୟା ଘଟଣାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମହାରାଷ୍ଟ୍ର ସିଆଇଡି ଗିରଫ କରିଛି। ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଅର୍ଣ୍ଣବ ଗୋସ୍ୱାମୀ ଅଭିଯୋଗ କରିଛନ୍ତି ଯେ ମୁମ୍ବାଇ ପୋଲିସ ତାଙ୍କ ସହ ମାଡପିଟ କରିଛି। ଏଜେନ୍ସି ରିପବ୍ଲିକ ଟିଭି ଚ୍ୟାନେଲର କିଛି ସ୍କ୍ରିନସଟ ସେୟାର କରିଛି ଯେଉଁଥିରେ ପୋଲିସ ଗୋସ୍ୱାମୀଙ୍କ ଘରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ମିଡ଼ିଆ ରିପୋର୍ଟ୍ ଅନୁଯାୟୀ ଅର୍ଣ୍ଣବ ଗୋସ୍ୱାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର, ଶାଶୁ, ପୁଅ ଏବଂ ସ୍ତ୍ରୀ ମୁମ୍ବାଇ ପୋଲିସ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି। ରିପବ୍ଲିକ୍ ଟିଭିରେ ଚାଲିଥିବା ଭିଡିଓରେ ପୋଲିସ ଅର୍ଣ୍ଣବଙ୍କୁ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଏହା ହେଉଛି ୨୦୧୮ ମସିହାର ଘଟଣା , ଯେତେବେଳେ ଜଣେ ୫୩ ବର୍ଷିୟ ଇଣ୍ଟେରିୟର ଡିଜାଇନର୍ ଏବଂ ତାଙ୍କ ମା’ ମେ ୨୦୧୮ ରେ ଆଲିବାଗରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ଏକ ଆତ୍ମହତ୍ୟା ନୋଟ ମିଳିଥିଲା, ଯାହାକୁ ଇଣ୍ଟେରିୟର ଡିଜାଇନର୍ ଲେଖିଥିଲେ। ଏହି ଆତ୍ମହତ୍ୟା ନୋଟରେ ସେ କହିଛନ୍ତି ଯେ ଅର୍ଣ୍ଣବ ଗୋସ୍ୱାମୀ ଏବଂ ଅନ୍ୟ ଦୁଇଜଣ ତାଙ୍କୁ ୫.୪୦ କୋଟି ଟଙ୍କା ଦେଇ ନାହାଁନ୍ତି, ଯେଉଁଥିପାଇଁ ସେ ଆର୍ଥିକ ସଙ୍କଟ ଦେଇ ଗତି କରିଥିଲେ।

Also Read | Rajasthan: ରାଜସ୍ଥାନରେ ବାଣ ବିକ୍ରୟ କଲେ ୧୦ ହଜାର ଏବଂ ଫୁଟାଇଲେ ୨ ହଜାର ଟଙ୍କା ଜୋରିମାନା, ଡିସେମ୍ବର ୩୧ ପର୍ଯ୍ୟନ୍ତ ଲାଗୁ

Share this: