Tiranga Yatra: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳରୁ ତିରଙ୍ଗା ଯାତ୍ରା ଆରମ୍ଭ

Share this:

ଢେଙ୍କାନାଳ: Minister of Education minister Dharmendra Pradhan Visits Dhenkanal ଢେଙ୍କାନାଳ ଜିଲ୍ଲା ଭୁବନ (Bhuban) ଠାରେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରିରଙ୍ଗା ପଦଯାତ୍ରା (Tiranga Yatra) ର ଶୁଭାରମ୍ଭ କରିଛନ୍ତି। ଦେଶପ୍ରେମ ଓ ତ୍ୟାଗର ପ୍ରତୀକ ସ୍ୱରୂ ତ୍ରିରଙ୍ଗା ପଦଯାତ୍ରା ଦେଶବ୍ୟାପୀ ଅନୁଷ୍ଠିତ ହେଉଛି। ଏହି ଅବସରରେ ଶ୍ରୀ ପ୍ରଧାନ ଜନସାଧାରଣଙ୍କ ସହ ଭୁବନର ପାଲାମଣ୍ଡପଠାରୁ ପଦଯାତ୍ରା ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁର ଗ୍ରାମରେ ଶେଷ କରିଛନ୍ତି। ସେଠାରେ ସେ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହି ତ୍ରିରଙ୍ଗା ପଦଯାତ୍ରାରେ ବହୁସଂଖ୍ୟାରେ ଗ୍ରାମବାସୀ କୀର୍ତ୍ତନ ଓ ଦେଶାତ୍ମବୋଧକ ଗୀତ ଗାଇ ନୀଳକଣ୍ଠପୁରରେ ପହଞ୍ଚିଥିଲେ।

ଏହି ଅବସରରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଜୀଙ୍କ ଆହ୍ୱାନ କ୍ରମେ ଆଜି ମୁଁ ଢ଼େଙ୍କାନାଳର ଭୁବନ ଠାରୁ ଶହୀଦ ବାଜି ରାଉତ (Baji Rout) ଙ୍କ ପବିତ୍ର ଜନ୍ମମାଟି ନୀଳକଣ୍ଠପୁର ପର୍ଯ୍ୟନ୍ତ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହେଲି। ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରୁଛି। ଏଠାରେ ଚଳିତ ବର୍ଷ ମାଟିକ ପରୀକ୍ଷା ଜିଲା ଟପର ହୋଇଥିବା ଓମପ୍ରକାଶ ସାହୁଙ୍କ ସମେତ ଭୁବନ ଅଞ୍ଚଳର ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ସମର୍ଦ୍ଧିତ କରିଥିଲେ।

ପରେ ଢେଙ୍କାନାଳ ସହର ପୁରୁଣା ଜିଲା ପରିଷଦ ସମ୍ମିଳନୀ ହଲ୍‌ରେ ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଏହାପରେ ସେ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର  (District Institute of Education & Training -DIET) ପରିଦର୍ଶନରେ ଯାଇ ଶିକ୍ଷା ପ୍ରଶିକ୍ଷଣ ବ୍ୟବସ୍ଥା ସମ୍ପର୍କରେ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଢେଙ୍କାନାଳ ହେଉଛି ଶିକ୍ଷାର ପୁଞ୍ଜି। ପ୍ରଶିକ୍ଷଣ ସମୟରେ ଓଡ଼ିଆ ଭାଷା ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେବାକୁ କହିଥିଲେ। ଢେଙ୍କାନାଳ ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଭାଜପା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ ଉପସଭାପତି ପ୍ରଭାତି ପରିଡ଼ା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ବିଭୂତି ପ୍ରଧାନ ଏବଂ ଶତ୍ରୁଘ୍ନ ଭୁତିଆ ପ୍ରମୁଖ ଉପସ୍ଥିତ ଥିଲେ।

Read Also | Elephant kills man Hindol: ହାତୀ ଆକ୍ରମଣରେ ଜଣେ ମୃତ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *