NITI Aayog Meeting: ସଂଘୀୟ ବ୍ୟବସ୍ଥା ଭାରତକୁ କୋଭିଡରୁ ମୁକୁଳିବାରେ ସହାୟକ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: Seventh meeting of the Governing Council (GC) of NITI Aayog ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କହିଛନ୍ତି ଯେ, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଭାରତର ସବୁ ରାଜ୍ୟମାନଙ୍କର ମିଳିତ ପ୍ରୟାସ କାରଣରୁ କୋଭିଡ ଭଳି ମହାମାରୀରୁ ଭାରତ ମୁକୁଳି ପାରିଛି।
ନୀତି ଆୟୋଗ ପରିଚାଳନା ପରିଷଦ (GC) ର ସପ୍ତମ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର କୋଭିଡ ମହାମାରୀ ମୁକାବିଲାରେ ସବୁ ରାଜ୍ୟ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଫଳରେ ଭାରତ ବିଶ୍ଵସ୍ତରରେ ଏକ ନେତୃସ୍ଥାନୀୟ ଭୂମିକା ନିର୍ବାହ କରିବା ସହିତ ଅନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଅନୁପ୍ରାଣିତ କରିପାରିଛି।
କୋଭିଡ ମହାମାରୀ ଦେଖାଦେବା ପରେ ଏହା ଥିଲା ନୀତି ଆୟୋଗ ପରିଚାଳନା ପରିଷଦର ପ୍ରଥମ ବୈଠକ ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବ୍ୟକ୍ତିଗତ ଭାବେ ଅଂଶଗ୍ରହଣ କରିଥିଲେ। ଏଥିପୂର୍ବରୁ ୨୦୨୧ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ଥରର ବୈଠକରେ ୨୩ ରାଜ୍ୟର ମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ର ଶାସିତ ପ୍ରଦେଶର ଉପରାଜ୍ୟପାଳ, ୨ ପ୍ରଶାସକ ଏବଂ କେନ୍ଦ୍ର ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ ଯେ, ରାଷ୍ଟ୍ରୀୟ ପ୍ରାଥମିକତା ଚିହ୍ନଟ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମାସ ମାସ ଧରି ବ୍ୟାପକ ବିଚାରମନ୍ଥନ ଏବଂ ପରାମର୍ଶ ପରେ ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ଆୟୋଜନ କରାଯାଉଛି। ପ୍ରଥମ ଥର ପାଇଁ ଦେଶ ସ୍ୱାଧୀନତାର ୭୫ତମ ବର୍ଷ, ଭାରତର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଛନ୍ତି ଏବଂ ତିନି ଦିନ ଧରି ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିଛନ୍ତି। ଏହି ମିଳିତ ପ୍ରକ୍ରିୟା ଆଜି ବୈଠକ ପାଇଁ ଏଜେଣ୍ଡା ବିକଶିତ କରିବାରେ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସେହିପରି ୨୦୨୩ରେ ଭାରତ ଜି୨୦ ରାଷ୍ଟ୍ର ସମୂହର ଅଧ୍ୟକ୍ଷତା କରିବାକୁ ଯାଉଥିବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ କେବଳ ଦିଲ୍ଲୀ ନୁହେଁ – ବରଂ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ନେଇ ଭାରତ ସମୃଦ୍ଧ ବୋଲି ଦର୍ଶାଇବା ନିମନ୍ତେ ଏହା ଏକ ଅଭିନବ ସୁଯୋଗ ଆଣି ଦେବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି୨୦ ଉପଲକ୍ଷେ ଆମେ ଏକ ଗଣଆନ୍ଦୋଳନ ବିକଶିତ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଆମ ଦେଶରେ ଥିବା ଶ୍ରେଷ୍ଠ ପ୍ରତିଭାଙ୍କୁ ଚିହ୍ନଟ କରିବା ଲାଗି ସୁଯୋଗ ମିଳିପାରିବ। ସେ ଆହୁରି କହିଥିଲେ ଯେ, ଏହି ପ୍ରୟାସରୁ ଅଧିକରୁ ଅଧିକ ସମ୍ଭାବ୍ୟ ଲାଭ ପାଇବା ଲାଗି ସବୁ ରାଜ୍ୟରେ ଏକ ସମର୍ପିତ ଜି୨୦ ଦଳ ଗଠନ ହେବା ଉଚିତ୍। ଏ ସମ୍ପର୍କରେ ଅଧିକ ସୂଚନା ଦେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ. ଜୟଶଙ୍କର କହିଥିଲେ ଯେ, ଜି୨୦ ଅଧ୍ୟକ୍ଷତା ଏକ ଶ୍ରେଷ୍ଠ ସୁଯୋଗ ସହିତ ଗୁରୁତ୍ୱପୂର୍ଣ୍ଣ ଉତ୍ତରଦାୟିତ୍ୱ ନେଇ ଆସିଛି। ପ୍ରଥମ ଥର ପାଇଁ ଜି୨୦ ଇତିହାସରେ, ଭାରତ ଜି୨୦ ବୈଠକର ଅଧ୍ୟକ୍ଷତା କରିବାକୁ ଯାଉଛି। ଏହି ଅଧ୍ୟକ୍ଷତା କେବଳ ଦିଲ୍ଲୀ ନୁହେଁ, ବରଂ ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ କରୁଛନ୍ତି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ସୂଚନା ଦେଇ କହିଛନ୍ତି ଯେ ଶିକ୍ଷାଗତ ପରିଣାମରେ ଦୃଢ଼ ସୁଧାର, ଶିକ୍ଷକମାନଙ୍କର ସାମର୍ଥ୍ୟ ବୃଦ୍ଧି ଏବଂ କୌଶଳ ବିକାଶ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏ କ୍ଷେତ୍ରରେ ସହଯୋଗ ପାଇଁ ସେ ରାଜ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଜାତୀୟ ଶିକ୍ଷାନୀତିର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟମାନଙ୍କ ଠାରୁ ଅଧିକ ସହାୟତା ପାଇଁ ଅନୁରୋଧ କରିଥିଲେ।
ବୈଠକରେ ଉପସ୍ଥିତ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନେ ସେମାନଙ୍କ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରାଥମିକତା, ସଫଳତା ଏବଂ ସମସ୍ୟାଗୁଡ଼ିକ ଉପସ୍ଥାପନ କରିଥିଲେ। ବୈଠକର ଚାରିଟି ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ସେମାନେ ନିଜ ନିଜ ମତ ଉପସ୍ଥାପନ କରିଥିଲେ।
Read Also | Odisha Weather Report: ରାଜ୍ୟରେ ଆଉ ୩ ଦିନ ପ୍ରବଳ ବର୍ଷା
[amazon_auto_links id=”9939″]