ମଧ୍ୟପ୍ରଦେଶ : ଶିବରାଜ ସିଂ ଚୌହାନଙ୍କ ସରକାରରେ ୬ ଜଣ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ
ଭୋପାଳ : ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟର ୬ ଜଣ ମନ୍ତ୍ରୀ କରୋନା ରେ ଆକ୍ରାନ୍ତ ହୋଇଛନ୍ତି। ମନ୍ତ୍ରୀମାନଙ୍କ ମଧ୍ୟରେ ,ଅରବିନ୍ଦ ଭଦୋରିଆ ( ସମବାୟ ମନ୍ତ୍ରୀ ), ତୁଲସୀ ସିଲାଭାଟ ( ଜଳ ସମ୍ପଦ ମନ୍ତ୍ରୀ ), ରାମଖେଲାଭାନ ପଟେଲ ( ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ), ବିଶ୍ୱ ସାରଙ୍ଗ ( ଡାକ୍ତରୀ ଶିକ୍ଷା ମନ୍ତ୍ରୀ), ମୋହନ ଯାଦବ ( ଉଚ୍ଚଶିକ୍ଷା ମନ୍ତ୍ରୀ ) ଏବଂ ଆଜି ଗୋପାଳ ଭାର୍ଗବ ( ପିଡବ୍ଲ୍ୟୁଡି ମନ୍ତ୍ରୀ ) ଅଛନ୍ତି। ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୭ ଟି ନୂଆ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାଯାଇଛି।
ଏହା ସହିତ ମଧ୍ୟପ୍ରଦେଶରେ କରୋନା ଭାଇରସର ମୋଟ ସଂକ୍ରମିତ ସଂଖ୍ୟା ୫୦ହଜାର ପାର କରିଛି। ରାଜ୍ୟରେ ୫୦ ହଜାର ୬୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୧୧୮୫ ଜନ କରୋନାରେ ମୃତୁବରଣ କରିଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୩୮ ହାଜର ୫୨୭ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ମଧ୍ୟପ୍ରଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହାଜର ୯୨୮ ରହିଛି ।
Also Read:
ଗୁଗୁଲର ” Kormo” ଆପ୍ ଚାକିରି ଦେଉଛି
ଆନ୍ଧ୍ରପ୍ରଦେଶ:ମିଲ୍କ ପ୍ଳାଣ୍ଟରେ ଆମୋନିୟା ଗ୍ୟାସ୍ ଲିକ୍, ୨୦ଜଣ ଅସୁସ୍ଥ ଡାକ୍ତରଖାନାରେ ଭର୍ତ୍ତି