Lockdown Odisha:ମେ ୫ରୁ ୧୯ ପର୍ଯ୍ୟନ୍ତ ଓଡିଶାରେ ଲକଡାଉନ୍

Share this:

ଭୁବନେଶ୍ଵର : କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାକୁ କଡା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଲାଗିଛି ୧୪ ଦିନିଆ ଲକଡାଉନ୍ (Lockdown)। ଆସନ୍ତା ବୁଧବାରରୁ ଲକଡାଉନ୍ ଲାଗୁ ହେ । ଏହି ସମୟରେ ସମସ୍ତ ସାଧାରଣ ଚଳାଚଳ ବନ୍ଦ ରହିବ। କେବଳ ଜରୁରୀକାଳିନ ସେବା ଜାରି ରହିବ। ଲକଡାଉନ୍ ନେଇ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

ଶନିବାର ଓ ରବିବାର ଦିନ ପୂର୍ବ ଭଳି ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ବଳବତ୍ତର ରହିବ। ସପ୍ତାହର ସବୁ ଦିନ ଟୀକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ। ବସ୍ ଚଳାଚଳ ବନ୍ଦ ରହିବ। ଫଳ, ପନିପରିବା, ମାଛମାଂସ ଦୋକାନ ଲକ୍‌ଡାଉନ୍‌ ସମୟରେ ୩୦ ଫୁଟ ଦୂରତା ବଜାୟ ରଖି ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ।

Also Read | Covid-19 Angul: ଅନୁଗୁଳ ଜିଲ୍ଲାରୁ ଆଜି ସର୍ବାଧିକ ୬୦୨ଜଣ କରୋନା ପଜିଟିଭ ଚିହ୍ନଟ, ବଢିଲା ଚିନ୍ତା

Share this:

Leave a Reply

Your email address will not be published. Required fields are marked *