Kendujhar Road Accident: ଟ୍ରକ୍‌ ଓ କାର୍‌ ଧକ୍କାରେ ୪ ମୃତ

Share this:

କେନ୍ଦୁଝର: Kendujhar Road Accident କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବଡପଶି ଗ୍ରାମ ନିକଟରେ ଟ୍ରକ୍‌ ଓ କାର୍‌ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଘଟିଛି। ଏଥିରେ ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁବଣ କରିଥିବାବେଳେ ଜଣେ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମୃତ୍ୟୁବରଣ କରିଥିବା ଜଣାପଡିଛି। କାର ଓ ଟ୍ରକ ଚାଳକ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ବେଳେ ଆହତ ହୋଇଥିବା ଜଣାପଡିଛି।


ସୂଚନା ଅନୁସାରେ, ଆଜି ଗୁରୁବାର ଅପରାହ୍ନରେ ପିପିଳିଆ ଗ୍ରାମର ୪ ଜଣ ଜଣ ଲୋକ ଏକ କାରରେ କେନ୍ଦୁଝର ମେଳା ଦେଖିବାପାଇଁ ଆସୁଥିଲେ ଜାତୀୟ ରାଜପଥ ୨୦ର ବଡ଼ପଶି ନିକଟରେ ରାସ୍ତାର ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳବନ୍ଦ ଥିବାରୁ ବିପରୀତ ଦିଗରୁ ଏକ ଦୃତଗାମୀ ହାଇୱା ଟ୍ରକ କାରଟିକୁ ଧକ୍କା (Kendujhar Road Accident) ଦେଇଥିଲା। ଫଳରେ କାରରେ ଥିବା ପିପିଳିଆର ନରୋତ୍ତୋମ ସିଂ, ହୃଷିକେଶ ସିଂ, ଚିତ୍ତରଞ୍ଜନ ନାଏକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ହେଲେ ସରାଶପଶି ଗ୍ରାମର ପ୍ରକାଶ ନାଏକ।

air bags_under 499


ଦୁର୍ଘଟଣା ପରେ ଉଭୟ ଗାଡି ରାସ୍ତା ତଳକୁ ଖସି ପଡିଥିଲା।ତେବେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତମାନଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିଲା।

Related Post | Kalahandi News: ହଠାତ ଭୁଶୁଡ଼ି ପଡିଲା ପୋଲ, ତଳକୁ ଖସି ପଡିଲା ଦୁଇଟି କାର

ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଟ୍ରକ ଚାଳକଙ୍କର ବେପରୁଆ ଗାଡିଚାଳନା ପାଇଁ ଏପରି ଦୁର୍ଘଟଣା ଘଟିଥିବାବେଳେ ଜାତୀୟ ରାଜପଥ ମରାମତି ନାମରେ ଦିନଦିନ ଧରି ରାସ୍ତା କାମ ହେଉ ନ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Read Also | Dhabaleswar Temple Bridge : ଧବଳେଶ୍ୱରଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିପାରିବେ ଭକ୍ତ

YOU MIGHT ALSO LIKE IT

Share this:

Leave a Reply

Your email address will not be published. Required fields are marked *