Road Accident: ୫୩ନଂ ଜାତୀୟ ରାଜପଥରେ କୋଇଲା ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା; ଘଟଣାସ୍ଥଳରେ ପାଞ୍ଚ ଜଣଙ୍କ ମୃତ୍ୟୁ

Share this:

ଢେଙ୍କାନାଳ: Kamakyanagar Truck- Auto Accident: ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୩ନଂ ଜାତୀୟ ରାଜପଥ ମୁକ୍ତାପସୀ ନିକଟ ପଥରଖମ୍ବ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାମାକ୍ଷାନଗର ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତ୍ତକଙ୍କ ନିକଟ ସମ୍ପର୍କୀୟକଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ଜିଲ୍ଲା ରେଡକ୍ରସ୍‍ ପାଣ୍ଠିରୁ ୨୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ୫୩ନଂ ଜାତୀୟ ରାଜପଥ ମୁକ୍ତାପସୀ ନିକଟ ପଥରଖମ୍ବ ଛକଠାରେ ଆଜି ଭୋରରେ ଏକ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ବାଙ୍ଗୁରା ଗାଁର ଏହି ଲୋକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି। ସୂଚନା ଅନୁସାରେ ୫୩ ନମ୍ବର ଜାତୀୟ ରାଜପଥରେ ୫ ଜଣ ଅଟୋ ଯୋଗେ ଯାଉଥିବାବେଳେ ଏକ କୋଇଲା ବୋଝେଇ ଟ୍ରକ୍‍ ଅଟୋକୁ ଧକ୍‍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଅଟୋ ଚାଳକଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଥିଲା। କାମାକ୍ଷାନଗର ଥାନା ବାଙ୍ଗୁରାର ଏହି ପାଞ୍ଚ ଜଣ ମୁକ୍ତାପସୀକୁ ଟୋଲ ତେଲ ପେଷିବାକୁ ଆସୁଥିଲେ। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଭଙ୍ଗାରୁଜା କରିଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି।

ଏହି ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Read Also | Covid Cases in Odisha 2022:ଓଡିଶାରୁ ପୁଣି ୨୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *